ଓଡ଼ିଶାଲାଇଭ୍ ବ୍ୟୁରୋ

ତେଜପୁର ବାୟୁସେନା ବିମାନଘାଟିରୁ ସୁଖୋଇ ୩୦ ଏମକେଆଇ ଲଢ଼ୁଆ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ବାୟୁସେନା ବିମାନଘାଟିରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହା ପରେ ରାଷ୍ଟ୍ରପତି ବିଶ୍ଵର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଉଡ଼ାଣ ଭରିବା ପରେ ତେଜପୁର ବାୟୁସେନା ବିମାନଘାଟିରେ ଅବତରଣ କରିଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତଲାଗି ତେଜପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ଵିତୀୟ ମହିଳା ରାଷ୍ଟ୍ରପତି। ଏହା ପୂର୍ବରୁ ୨୦୦୯ ମସିହାରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇ ବିମାନରେ ଚଢ଼ିଥିଲେ।

Tags: #PresidentofIndia #DroupadiMurmu #Sukhoi30MKIFighterAircraft

Comment