ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୭,୫୦୦ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସବୁ ପଦବୀଗୁଡ଼ିକ ପାଇଁ ମାସିକ ୨୫ ହଜାରରୁ ଆରମ୍ଭ କରି ୧ ଲକ୍ଷ ୫୦ ହଜାର ଟଙ୍କା ଯାଏଁ ଦରମା ମିଳିବ। ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ ଏହି ପଦବୀ ପୂରଣ ପାଇଁ କମ୍ବବାଇନ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା (ସିଜିଏଲ୍) କରାଯିବ। ଏଥିଲାଗି ଏବେ ଅନଲାଇନରେ ଅବେଦନ ଜାରି ରହିଛି।

ଏହି ଏସଏସସି ସିଜିଏଲ୍ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ମେ’ ମାସ ୩ ତାରିଖ। ଯଦି ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ

  • ଅସିଷ୍ଟାଣ୍ଟ ଅଡିଟ୍ ଅଫିସର
  • ଅସିଷ୍ଟାଣ୍ଟ ଆକାଉଣ୍ଟସ୍ ଅଫିସର
  • ଅସିଷ୍ଟାଣ୍ଟ ସେକ୍ସନ ଅଫିସର
  • ଜୁନିୟର ଷ୍ଟାଟିଷ୍ଟିକାଲ୍ ଅଫିସର
  • ଇନକମ ଟ୍ୟାକ୍ସ ଇନ୍ସପେକ୍ଟର
  • ଷ୍ଟାଟିଷ୍ଟିକାଲ୍ ଇନଭେଷ୍ଟିଗେଟର ଓ ଅନ୍ୟାନ୍ୟ ପଦବୀ

ଯୋଗ୍ୟତା

  • ଅସିଷ୍ଟାଣ୍ଟ ଅଡିଟ ଓ ଆକାଉଣ୍ଟସ୍ ଅଫିସର
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ସେମାନେ ‘ଆକାଉଣ୍ଟସ୍’ ପାଠ ସମ୍ବନ୍ଧୀୟ ଜ୍ଞାନ ରଖିଥିବା ଆବଶ୍ୟକ
  • ଜୁନିୟର ଷ୍ଟାଟିଷ୍ଟିକାଲ୍ ଅଫିସର
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ଦ୍ୱାଦଶ ପରୀକ୍ଷାରେ ଗଣିତରେ ଅତିକମରେ ୬୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
    • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ଷ୍ଟାଟିଷ୍ଟିକାଲ୍ ଇନଭେଷ୍ଟିଗେଟର
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ନିଜ ଗ୍ରାଜୁଏସନ ସମୟରେ ‘ଷ୍ଟାଟିଷ୍ଟିକ୍ସ’ ବିଷୟରେ ପଢ଼ିଥିବା ଆବଶ୍ୟକ
    • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ଅସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଅନ୍ୟାନ୍ୟ ପଦବୀ
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    •  ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପାର୍ଥୀଙ୍କର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବ।

କେମିତି କରିବେ ଆବେଦନ

  • ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସଏସସିର ଏହି ସିଜିଏଲ ପରୀକ୍ଷାରେ ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।  ଏହି ପରୀକ୍ଷା କେବେ ହେବ, ସେନେଇ ଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଏସଏସସି ୱେବସାଇଟରେ ଉପଲବ୍ଧ।

Tags: #SSC #CGLExamination #OnlineApplication #Employmentoppertunities #GovtofIndia

Comment