ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର। ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତମାଣ୍ଡୋ, ମଞ୍ଚେଶ୍ଵର ଏବଂ ପାହାଳରେ ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରେ ନିଯୁକ୍ତ ହେବେ ୪୫ ଜଣ କର୍ମଚାରୀ।

ରାଜଧାନୀ ଭୁବନେଶ୍ଵରରେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏବଂ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ଉଦ୍ଦେଶ୍ୟରେ ଆଉ ୩ଟି ଅଗ୍ନିଶମ ସେବାକେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Also Read

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ପ୍ରତିଷ୍ଠା ହେବାକୁ ଥିବା ୩ଟି କେନ୍ଦ୍ର ପାଇଁ ୪୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତି କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ରହିବେ। ଏମାନଙ୍କ ମଧ୍ୟରେ ଜଣେ ଷ୍ଟେସନ ଅଧିକାରୀ, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ରହିବେ।

Tags: #Bhubaneswar #FireServiCenter #OdishaGovt #CMOdisha

Comment