ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବେତନଟୀ ଥାନା ଅନ୍ତର୍ଗତ ଭାଲିଆପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ। ମୃତ ଯୁବକ ହେଲେ ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

କେନ୍ଦୁଛାଟିଆ ଗ୍ରାମର ଜଣେ ମହିଳାଙ୍କ ସହ ସୁନାରାମଙ୍କର ଅନୈତିକ ସମ୍ପର୍କ ଥିବା ମହିଳାଙ୍କ ସ୍ଵାମୀ ଜାଣିବାକୁ ପାଇଥିଲେ। ସୋମବାର ଦିନ ସୁନାରାମ ଏବଂ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବା ପରେ ମହିଳାଙ୍କ ସ୍ଵାମୀ ଏବଂ ପୁଅ ସୁନାରାମଙ୍କୁ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ଥିବା ଏକ ଗଛରେ ବାନ୍ଧି ଦେଇଥିଲେ।

ରାତି ତମାମ ସୁନାରାମଙ୍କୁ ବାନ୍ଧି ରଖିବା ପରେ ଫାଉଁଶ ଫାଳିଆରେ ଦୁହେଁ ସୁନାରାମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ସୁନାରାମଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁନାରାମଙ୍କୁ ହତ୍ୟା କରିବା ଅଭିଯୋଗରେ ମହିଳାଙ୍କ ସ୍ଵାମୀ ଓ ପୁଅକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Tags: #Mayurbhanj #MurderCase #Death #PoliceInvestigation

Comment