ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ମିତା ବାଗ୍‌ଚୀ – ଜଣେ ଜଣାଶୁଣା ଲେଖିକା ତଥା ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା। ବିଶେଷକରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗବେଷଣା ଆଦି କ୍ଷେତ୍ର ପାଇଁ ବିଭିନ୍ନ ସମୟରେ ବଡ଼ ଆକାରର ଅର୍ଥ ଦାନ କରି ସୁସ୍ମିତା ଓ ତାଙ୍କ ଜୀବନ ସାଥୀ ସୁବ୍ରତ ବାଗ୍‌ଚୀ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି।

ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଜଣାଶୁଣା ନାଁ ହେଉଛନ୍ତି ସୁସ୍ମିତା ବାଗଚୀ। ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ଅବଦାନ ପାଇଁ ସୁସ୍ମିତା ବାଗ୍‌ଚୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସେ ୯ଟି ଉପନ୍ୟାସ, ୮ଟି କ୍ଷୁଦ୍ର ଗଳ୍ପ, ଗୋଟିଏ ଭ୍ରମଣ କାହାଣୀ ସମେତ ୧୯ଟି ବହି ଲେଖିଛନ୍ତି।

ସୁସ୍ମିତା ବାଗ୍‌ଚୀଙ୍କ ମା’ ଶକୁନ୍ତଳା ପଣ୍ଡା ଥିଲେ ଜଣେ ବିଶିଷ୍ଟ ଲେଖିକା। ଶକୁନ୍ତଳା ପଣ୍ଡା ମହିଳା ପତ୍ରିକା ‘ସୁଚରିତା’ର ସମ୍ପାଦିକା ଥିଲେ।

ନିଜର ଲେଖକ, ପ୍ରଶାସକ ଓ ବ୍ୟକ୍ତିଗତ ଜୀବନ ବିଷୟେରେ ଓଡ଼ିଶାଲାଇଭର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି ସୁସ୍ମିତା ବାଗ୍‌ଚୀ। ଦେଖନ୍ତୁ ଭିଡିଓ।

Tags: #SusmitaBagchi #Writer #ExclusiveInterview

Comment