ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଗୁରୁବାର ଦିନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଛନ୍ତି। ଯାହାକୁ ନେଇ ନିରାଶ ହୋଇଛନ୍ତି କୁସ୍ତିଯୋଦ୍ଧା।

ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୁସ୍ତିଯୋଦ୍ଧା ଏବଂ କୁସ୍ତିଖେଳାଳିଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା। ଆବେଦନ ଅନୁସାରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ଏହି ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଏହା ସହିତ ତଳ କୋର୍ଟ କିମ୍ବା ହାଇକୋର୍ଟଙ୍କ ନିକଟକୁ ଯିବା ଲାଗି କୁସ୍ତିଯୋଗାଦ୍ଧାଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା କାହିଁକି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ନାହିଁ ବୋଲି ଦିଲ୍ଲୀ ପୋଲିସକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।

ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ନେଇ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଏହାକୁ ନେଇ କୁସ୍ତିଯୋଦ୍ଧା ଏବଂ କୁସ୍ତିଖେଳାଳି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିନଥିଲା ପୋଲିସ। ପୋଲିସ ନଶୁଣିବାରୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କୁସ୍ତି ଯୋଦ୍ଧା।

ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରୁନଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା। ଏହି ଆବେଦନ ଉପରେ ଶୁଣାଣି କରି ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିବାରୁ ମାମଲାକୁ ସୁପ୍ରିମକୋର୍ଟରୁ ବନ୍ଦ କରାଯାଇଥିବା କୋର୍ଟ କହିଛନ୍ତି।

Tags: #SexualHarassment#Wrestler #WFI #SupremeCourt #BrijBhushanSharnSingh #DelhiPolice #SCCloseCase

 

Comment