ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବାବେଳେ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି। ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ ହାର ୮୪.୬୭ ରହିଛି ।

ପରୀକ୍ଷା ଫଳ ଜାଣିବା ପାଇଁ ସିବିଏସଇର ଅଫିସିଆଲ ୱେବସାଇଟ ହେଉଛି cbseresults.nic.in ଏବଂ www.cbse.gov.in। ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।

Tags: #Result #CBSE #+2 #Education

Comment