ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ବିଜେଡି ଏବଂ ଦ୍ଵିତୀୟ ସ୍ଥାନ ଜାରି ରଖିଛି ବିଜେପି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୩୫,୬୦୯ ଭୋଟି ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୧୯,୮୫୮ ଭୋଟ ଏବଂ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୧,୯୩୯। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Also Read

ଝାରସୁଗୁଡ଼ା ଉପନିର୍ବାଚନ ଫଳ: ଚାଲିଛି ଗଣତି, ୪ ରାଉଣ୍ଡରେ ଆଗରେ ବିଜେଡି

ଶନିବାର ସକାଳ ୮ଟାରୁ ଚାଲିଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ଚାଲିଛି।

Tags: #Politics #JharsugudaByelection #VoteCounting #Result

Comment