ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଭୁବନେଶ୍ୱରରୁ ଦୁବାଇକୁ ସହଜ ହେବ ବିମାନ ଯାତ୍ରା। ଭୁବନେଶ୍ୱରରୁ ସିଧାସଳଖ ଦୁବାଇକୁ ବିମାନରେ ବସି ଯାତ୍ରା କରିବେ ଯାତ୍ରୀ। ସୋମବାର ଦିନ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବାର ଶୁଭାରମ୍ଭ ହେବ। ସନ୍ଧ୍ୟାରେ ଏହି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ଦିନ ୧୧ଟା ୨୫(ଦୁବାଇ ସମୟ)ରେ ଦୁବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି ଇଣ୍ଡିଗୋ ବିମାନ। ଏହା ପ୍ରଥମେ ଦୁବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବ। ଏହା ପରେ ଭୁବନେଶ୍ୱରରୁ ଦୁବାଇକୁ ଯାତ୍ରା କରିବ। ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୩୦ (ଭାରତୀୟ ସମୟ)ରେ ବାହାରି ଦୁବାଇରେ ରାତି ୯ଟା ୪୫ (ଦୁବାଇ ସମୟ)ରେ ପହଞ୍ଚିବ ଇଣ୍ଡିଗୋ ବିମାନ।
ଏହି ବିମାନ ସେବା ଆରମ୍ଭ ହେବା ଦ୍ଵାରା ଓଡ଼ିଶା ସହିତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକକୁ ଯାତ୍ରୀମାନେ ସହଜରେ ଯାତାୟତ କରିବା ସହ ରାଜ୍ୟର ବ୍ୟବସାୟିକ ସମ୍ପର୍କ ମଧ୍ୟ ସୁଦୃଢ଼ ହେବ।
ଏହି ଯାତ୍ରା ପାଇଁ ପ୍ରାରମ୍ଭିକ ଟିକେଟ ମୂଲ୍ୟ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ୧୮୦ ସିଟ୍ ବିଶିଷ୍ଟ ଏହି ବିମାନ ସେବା ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଉପଲବ୍ଧ ରହିବ।
Tags: #DirectFlightService #DubaitoBhubaneswar #Flight

















