ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏନେଇ ଦୁବାଇରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ। ଭୁବନେଶ୍ୱରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଅପେକ୍ଷାରେ ବିମାନ ଯାତ୍ରା କରିବେ ଯାତ୍ରୀ।

ବୁଧବାର ଦିନ ଦୁବାଇଠାରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। କୋଭିଡ ସମୟରେ ଏପରି ଏକ ସିଧାସଳଖ ବିମାନ ଯାତ୍ରା ନିମନ୍ତେ ଯୋଜନା କରାଯାଉଥିବାବେଳେ ଦୁବାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଯାତ୍ରା ସେବାର ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି।  

ଦୁବାଇଠାରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଣିବାକୁ ମିଳିଥିଲା ବନ୍ଦେ ଉତ୍କଳ ଜନନୀ ଗୀତ। କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ବେଶ ଉତ୍ସାହିତ ହୋଇଥିଲେ। ଏହି ଅବସରରେ ଦୁବାଇରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା ସଂସ୍କୃତିର ଝଲକ। ଦୁବାଇରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଏଫୟୁଏଇ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Tags: #CMNaveenPatnaik #ForeignVisits #Dubai #FlightService

Comment