ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ଆଫଗାନିସ୍ତାନ ତାଲିବାନଙ୍କ ଦଖଲକୁ ଯିବା ପରେ ସେଠାରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି। ତେଣୁ ସେଠାକାର ଲୋକମାନେ ଭୟରେ ଦେଶ ଛାଡ଼ୁଛନ୍ତି। ଏଭଳି ପରିସ୍ଥିତିରେ ସେଠାରେ ରହୁଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର। ତେଣୁ ମଙ୍ଗଳବାର କାବୁଲରେ ଫସି ରହିଥିବା ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ଭାରତକୁ ଅଣାଯାଉଛି।

ସୋମବାର କାବୁଲ ବିମାନ ବନ୍ଦରରେ ଅସମ୍ଭାଳ ଭିଡ଼ ଯୋଗୁଁ ଉଡ଼ାଣ ବନ୍ଦ ରହିଥିଲା। କିନ୍ତୁ ମଙ୍ଗଳବାର ଉଡ଼ାଣକୁ ଅନୁମତି ମିଳିବାପରେ ସେଠାରେ ଫସି ରହିଥିବା ନିଜ ନିଜ ଦେଶର ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡ଼ିଛନ୍ତି ସମଗ୍ର ଦେଶ।

ଏହାରି ମଧ୍ୟରେ ବାୟୁସେନାର ସି-୧୭ ବିମାନରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କୁ ଭାରତକୁ ଅଣାଯାଉଛି।

କାବୁଲରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଭାରତୀୟ ଫସି ରହିଥିବା ସୂଚନା ରହିଛି। ବାୟୁସେନାର ସି-୧୯ ବିମାନରେ ସୋମବାର ପ୍ରାୟ ୪୬ ଜଣଙ୍କୁ ଉଦ୍ଧାର କରାଯାଇ ଭାରତକୁ ଅଣାଯାଇଥିଲା। ପରେ କାବୁଲ ବିମାନ ବନ୍ଦରରେ ଅସମ୍ଭାଳ ଭିଡ଼ କାରଣରୁ ସମସ୍ତ ଉଡ଼ାଣକୁ ବନ୍ଦ କରିବା ସହ ଏୟାର ସ୍ପେସକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ପରେ କେବଳ ସେନା ବିମାନ ଚଳାଚଳକୁ ଅନୁମତି ମିଳିବାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସୂଚନାଥାଉକି, ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଦୁଇଟି ଏୟାରଇଣ୍ଡିଆ ବିମାନ ପ୍ରସ୍ତୁତ କରାଯାଇଥିଲା। ପରେ ଏୟାରଇଣ୍ଡିଆ ବିମାନ ଉଡ଼ାଣ ବାତିଲ କରାଯାଇ ବାୟୁସେନା ବିମାନକୁ କାବୁଲ ପଠାଯାଇଥିଲା।

Comment