ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣାଶୁଣା ଅଭିନେତା ଚନ୍ଦନ ମହାନ୍ତି ହେଉଛନ୍ତି ଅଭିନେତ୍ରୀ ମେଘନା ମିଶ୍ରଙ୍କ ଜୀବନ ସାଥୀ। ସୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିଲା ମେଘନା ଏବଂ ଚନ୍ଦନଙ୍କ ପ୍ରେମ ସମ୍ପର୍କ। ଓଡ଼ିଆ ଧାରାବାହିକ ‘କଥା କହୁଥିଲେ ସରିବନି’ର ସୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା।

ପାଖାପାଖି ୧୮ ବର୍ଷର ଦାମ୍ପତ୍ୟ ଜୀବନରେ ଉଭୟ ମେଘନା ଓ ଚନ୍ଦନ ଅନେକ ସଫଳତା ହାସଲ କରିଛନ୍ତି। ଆଜି ଯାଏଁ ଦୁହେଁ ଦୁହିଁଙ୍କର ସହଯୋଗ କରିଆସୁଛନ୍ତି। ଦୀର୍ଘ ବର୍ଷ ପରେ ମଧ୍ୟ ଉଭୟଙ୍କର ପ୍ରେମ ସେମିତି ନିବିଡ଼ ହୋଇ ରହିଛି ବୋଲି କୁହନ୍ତି ମେଘନା।

ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାରରେ ଚନ୍ଦନଙ୍କ ସହ ପ୍ରେମ ସମ୍ପର୍କ ଏବଂ ଦାମ୍ପତ୍ୟ ଜୀବନ ବିଷୟରେ ମନଖୋଲି କହିଛନ୍ତି ମେଘନା ମିଶ୍ର। ଦେଖନ୍ତୁ ଭିଡିଓ।

Tags: #Entertainment #Ollywood #OdiaActress #MeghnaMishra #ChandanMohanty #LoveStoryofMeghna

LEAVE A REPLY

Please enter your comment!
Please enter your name here