ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଭାରତୀୟ ନୌସେନା ଏକାଡେମୀ (ଆଇଏନଏ)ରେ ନାମଲେଖା ପାଇଁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୪ ବର୍ଷ ପାଇଁ ଏହି ପ୍ରତିରକ୍ଷା ପ୍ରତିଷ୍ଠାନରେ ପ୍ରାର୍ଥୀମାନଙ୍କ ଚୟନ ପାଇଁ ‘ଏନଡିଏ’ ପ୍ରବେଶିକା ପରୀକ୍ଷା କରାଯିବ।

ନାସନାଲ୍ ଡିଫେନ୍ସ ଏକାଡେମୀରେ ଶିକ୍ଷା ଲାଭ କରିଥିବା ପ୍ରାର୍ଥୀମାନଙ୍କୁ ଭାରତୀୟ ସେନାର ବିଭିନ୍ନ ବିଭାଗ ଯଥା ଆର୍ମି, ନ୍ୟାଭି ଓ ଏୟାର ଫୋର୍ସରେ ଉଚ୍ଚ ଅଧିକାରୀ ପଦରେ ନିଯୁକ୍ତି ମିଳିବ।

୨୦୨୩ ‘ଏନଡିଏ’ ପରୀକ୍ଷା ପାଇଁ ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ପକ୍ଷରୁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଜୁନ ମାସ ୬ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣ ଜଣେ ସେନା ଅଧିକାରୀ ଭାବେ ଭାରତୀୟ ସେନାରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏହି ‘ଏନଡିଏ’ ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ସିଟ୍ ସଂଖ୍ୟା

  • ନାସନାଲ୍ ଡିଫେନ୍ସ ଏକାଡେମୀ ମୋଟ ସିଟ୍ ସଂଖ୍ୟା – ୩୯୫
    • ଭାରତୀୟ ସ୍ଥଳ ସେନା – ୨୦୮
    • ଭାରତୀୟ ନୌସେନା – ୪୨
    • ଭାରତୀୟ ବାୟୁସେନା – ୧୨୦   
  • ଇଣ୍ଡିଆନ ନାଭାଲ ଏକାଡେମୀ – ୨୫

ଯୋଗ୍ୟତା

  • ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ

ନାସନାଲ୍ ଡିଫେନ୍ସ ଏକାଡେମୀ ଓ ନାଭାଲ ଏକାଡେମୀରେ ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ୟୁପିଏସସିର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ଏଥିରେ ବୟସସୀମା ଓ ଅରକ୍ଷଣର ସୁବିଧା ମିଳିବ।

ଚୟନ ପ୍ରକ୍ରିୟା 

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ
  • ଏହାପରେ ପ୍ରାର୍ଥୀମାନଙ୍କ ଶାରୀରିକ ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ମେଡିକାଲ ଭେରିଫିକେସନ ପରେ ପ୍ରାର୍ଥୀମାନଙ୍କ ଏସଏସବି ଇଣ୍ଟରଭ୍ୟୁ କରାଯିବ
  • ଶେଷରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ୟୁପିଏସିର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ୟୁପିଏସିର ୱେବସାଇଟ୍ upsconline.nic.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ନିଜର ନାମ ପଞ୍ଜିକରଣ କରନ୍ତୁ
  • ପଞ୍ଜିକରଣ ପରେ ‘ଲଗ ଇନ’ କରି ପାଇଁ ଫର୍ମ ପୂରଣ କରନ୍ତୁ
  • ଏଥିରେ ନିଜ ପସନ୍ଦର ବିଭାଗ ବାଛନ୍ତୁ
  • ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରର ଚୟନ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ‘ଏନଡିଏ’ ପରୀକ୍ଷା ପାଇଁ ସାଧରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।

୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରେ ଏହି ‘ଏନଡିଏ’ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ୟୁପିଏସିର ୱେବସାଇଟରେ ଉପଲବ୍ଧ।

Tags: #NationalDefenceAcademy #NDAExam #IndianAramedForces #Careers #UPSC

Comment