ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମିଶନ ଶକ୍ତି ଯୋଜନାରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି। ଏବେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟ ପରିସରରେ ନିର୍ମାଣ ହୋଇଛି ମିଶନ ଶକ୍ତି ଫିଟନେସ ଓ ହାପିନେସ୍ କ୍ଲବ। ଏହି ଫିଟନେସ୍ କ୍ଲବକୁ ପରିଚାଳନା କରିବାକୁ ମିଶନ ଶକ୍ତି ମହିଳାଙ୍କୁ ଦାୟିତ୍ଵ ଦିଆଯାଇଛି।

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତୃତୀୟ ମହଲାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ମିଶନ ଶକ୍ତି ଫିଟନେସ ଓ ହାପିନେସ କ୍ଲବ। ଏହି କ୍ଲବରେ ବିଭିନ୍ନ ଅତ୍ୟାଧୁନିକ ଫିଟନେସ ଉପକରଣ ରହିଛି। ଏହି ଫିଟନେସ୍ କ୍ଲବକୁ ଉଦଘାଟନ କରିଛନ୍ତି  ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଏହି ଫିଟନେସ୍ କ୍ଲବରେ ଜଣେ ମହିଳା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। 

ଫିଟନେସ୍ କ୍ଲବର ମାସିକ ଫି’ ୨୦୦ ଟଙ୍କା ରହିଥିବାବେଳେ ସକାଳ ୫ଟା୩୦ରୁ ୬ଟା୩୦ ଓ ସନ୍ଧ୍ୟାରେ ୫ଟାରୁ ୭ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ଏହାର ରକ୍ଷଣବେକ୍ଷଣ ଦାୟିତ୍ୱ ମତଙ୍ଗେଶ୍ୱରୀ ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦିଆଯାଇଛି। ଏହି ଫିଟନେସ୍ କ୍ଲବ ମାଧ୍ୟମରେ ସରକାରୀ କର୍ମଚାରୀମାନେ ଶାରୀରିକ ଓ ମାନସିକସ୍ତରେ ସୁସ୍ଥ ରହିବା ରହିବା ମିଶନ ଶକ୍ତି ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

Tags: #Boudh #Fitnessclub #MissionShakti #MissionShaktiFitnessandHappinessClub

Comment