ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଇଥିବାବେଳେ ତିନି ଶହରୁ ଅଧିକଗୁରୁତର ଆହତହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏନ୍ଡିଆରଏଫ ଟିମ୍ । ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ଯ ସରକାର।

ଟ୍ରେନ ଦୁର୍ଘଟଣା ନେଇ ଯୋଗାଯୋଗ ପାଇଁ ଏମର୍ଜେନ୍ସି ନମ୍ବର ୬୭୮୨୨୬୨୨୮୬ ଜାରି କରାଯାଇଛି। ଏହା ସହିତ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ମଧ୍ଯ ଜାରି ହୋଇଛି। ହାୱଡା ହେଲ୍ପଲାଇନ ନମ୍ବର ୦୩୩-୨୬୩୮୨୨୧୭, ଖଡଗପୁର ହେଲ୍ପଲାଇନ ନମ୍ବର ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର ହେଲ୍ପଲାଇନ ନମ୍ବର ୮୨୪୯୫୯୧୫୫୯, ୭୯୭୮୪୧୮୩୨୨ ଓ ସାଲିମାର ହେଲ୍ପଲାଇନ ନମ୍ବର ୯୯୦୩୩୭୦୭୪୬ ରହିଛି।

ରାଜ୍ୟ ସରକାର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି। ଏହି ଅଧିକାରୀମାନେ ହେଲେ ହେମନ୍ତ ଶର୍ମା, ବଲୱନ୍ତ ସିଂ, ଅରବିନ୍ଦ ଅଗ୍ରୱାଲ ଏବଂ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ସମସ୍ତ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ଓ ହସ୍ପିଟାଲ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି।

ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।

Tags: #CoromandelExpressTragedy #Death #Accident #BalasoreBahanaga

Comment