ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି କରମଣ୍ଡଳ ଏକ୍ସପ୍ରେସ। ୩ରୁ ଅଧିକ ବଗି ଓଲଟି ପଡ଼ିଥିବାବେଳେ କିଛି ଯାତ୍ରୀ ବଗି ତଳେ ଚାପି ହୋଇ ରହିଯାଇଥିବା କୁହାଯାଉଛି। ଆହତ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କରମଣ୍ଡଳ ଏକ୍ସପ୍ରେସ ଟ୍ରେନ କୋଲକାତାରରୁ ଭୁବନେଶ୍ଵର ଆସୁଥିବାବେଳେ ଶୁକ୍ରବାର ସନ୍ଧ୍ୟା ସମୟରେ ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଫଳରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନର ୩ରୁ ଅଧିକ ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଛି।

ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଗି ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା କୁହାଯାଉଛି।

ଟ୍ରେନ ଦୁର୍ଘଟଣା ନେଇ ଏସଆରସିଙ୍କ ପକ୍ଷରୁ ଏମର୍ଜେନ୍ସି ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଲା ୬୭୮୨୨୬୨୨୮୬। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Tags: #CoromandelExpressAccident #Balasore #BahanagaStation #RescueOperation

Comment