ଓଡ଼ିଶାଲାଇଭ୍ ବ୍ୟୁରୋ

ଅହସ୍ୟ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଶୁକ୍ରବାର ଦିନ ରାଜ୍ୟର ତତଲା ସହର ପାଲଟିଛି ସମ୍ବଲପୁର। ଦିନ ୧୧ଟା ୩୦ ସୁଦ୍ଧା ଏଠାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଝାରସୁଗୁଡ଼ାରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ଵର ଏବଂ ହୀରାକୁଦର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଚାନ୍ଦବାଲିରେ ୩୮.୬ ଡିଗ୍ରୀ, ବାଲେଶ୍ଵରରେ ୩୭.୮ ଡିଗ୍ରୀ, କେନ୍ଦୁଝରରେ ୩୬.୬ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ ଓ ପାରାଦୀପରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ବୁଧବାର ଦିନ ମଧ୍ୟ ସମ୍ବଲପୁରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଠାରେ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ା ଓ ହୀରାକୁଦରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ବଲାଙ୍ଗୀର ଓ ବୌଦ୍ଧରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଉରକେଲା, ଟିଟିଲାଗଡ଼, ଯାଜପୁର, ମାଲକାନଗିରି ଏବଂ ବାରିପଦାରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିଲା।

ନୂଆପଡ଼ା, ଭବାନୀପାଟଣା, ଫୁଲବାଣୀ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଅନ୍ୟ ସହରଗୁଡ଼ିକରେ ତାପମାତ୍ରା ୩୯ ଡିଗ୍ରୀ ତଳେ ରହିଥିଲା।

Tags: #Heat #SummerHeat #Weather #WeatherUpdates

Comment