ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ର ତାଣ୍ଡବ ଆରମ୍ଭ ହୋଇଛି। ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ‘ବିପର୍ଯ୍ୟୟ’। ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ଚାଲିଛି ଲ୍ୟାଣ୍ଡଫଲ ପ୍ରକ୍ରିୟା।

ଗୁଜରାଟରେ ଜାରି ରହିଥିବା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତି ପର୍ଯ୍ୟନ୍ତ ଜାରି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦିଆଯାଇଛି। ସମୟ ବଢ଼ିବା ସହ ଆହୁରି କରାଳ ରୂପ ଧାରଣ କରୁଛି ‘ବିପର୍ଯ୍ୟୟ’। ଦେଶର ୮ଟି ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି।

ବାତ୍ୟାର ମୁକାବିଲା ପାଇଁ ତିନି ସେନା, ଏନଡିଆରଏଫ ସମେତ ବିପର୍ଯ୍ୟୟ ପ୍ରଶମନ ବାହିନୀ ମୁତୟନ ରହିଛନ୍ତି। ବର୍ତ୍ତମାନ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କିଲୋମିଟର ରହିଛି। ସୌରାଷ୍ଟ୍ରରର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

କଚ୍ଛ, ଜାମନଗର ଏବଂ ଦ୍ଵାରକାରେ ପବନର ବେଗ ବଢ଼ିବା ସହ ଇଲେକ୍ଟ୍ରିକ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ମଧ୍ୟରାତି ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଏହା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ରାଜସ୍ଥାନ ଆଗକୁ ଗତି କରିବ।

‘ବିପର୍ଯ୍ୟୟ’ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଲର୍ଟ ରହିଛନ୍ତି। ଗୁଜରାଜଟରେ ଏନଡିଆରଏଫର ୧୭ଟି ଟିମ୍ ଏବଂ ଏସଡିଆରଏଫର ୧୨ଟି ଟିମ୍ ମୁତୟନ ରହିଛନ୍ତି। ତଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୭୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Tags: #Cyclone #Biporjoy #Landfall #Gujrat

LEAVE A REPLY

Please enter your comment!
Please enter your name here