ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ରବିବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାରୁ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି। ଆସନ୍ତା ୨୧ ତାରିଖଠାରୁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରବିବାର ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ରବିବାର ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସୋମବାର ଦିନ ୧୧ଟା ୩୦ ସୁଦ୍ଧା ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାର ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସମ୍ବଲପୁରର ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ହୀରାକୁଦର ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ପାରାଦୀପ ଏବଂ ଭୁବନେଶ୍ଵରରେ ୩୩.୨ ଡିଗ୍ରୀ, କେନ୍ଦୁଝରରେ ୩୧ ଡିଗ୍ରୀ, ବାଲେଶ୍ଵରରେ ୩୦ ଡିଗ୍ରୀ ଏବଂ ଗୋପାଳପୁରରେ ୨୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୋମବାର ଦିନ ପୁରୀରେ ଆଂଶିକ ମେଘାଚ୍ଛନ୍ନ ସହ ପବନ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ବେଗ ୯ରୁ ୧୦ କିଲୋମିଟର ରହିଥିବାବେଳେ ଆର୍ଦ୍ରତା ଦିନ ୧୧ଟା ୩୦ ସୁଦ୍ଧା ୬୫ ପ୍ରତିଶତ ଏବଂ ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #SummerHeat #Rainfall

Comment