ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜତୀୟ ଯୋଗ ଦିବସ। ଯୋଗ ଦ୍ଵାରା ମଣିଷ କେବଳ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ। ଯୋଗର ଉପକାରିତା ଏବଂ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି।

ବିଶ୍ଵସ୍ତରରେ ୨୦୧୫ ମସିହା ଜୁନ ୨୧ ତାରିଖରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଗୋଟିଏ ଥିମକୁ ନେଇ ଯୋଗ ଦିବସ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଚଳିତ ବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମଙ୍କ ପାଇଁ ଯୋଗ’।

ବର୍ତ୍ତମାନ ଯୋଗର ଗୁରୁତ୍ଵକୁ ଲୋକେ ଉବଲବ୍ଧ କରିବା ଆରମ୍ଭ କରିଛନ୍ତି। ଯୋଗ ମଣିଷକୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଅଧିକାଂଶ ଲୋକ ଯୋଗର ଉପକାରିତା ଅନୁଭବ କରିବା ସହ ଦୈନନ୍ଦିନ ଜୀବନରେ ଏହାକୁ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳୁଛି। ଯୋଗ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ ବୋଲି ଯୋଗ ପ୍ରଶିକ୍ଷକମାନେ କୁହନ୍ତି।

Tags: #InternationalYogaDay2023 #Yoga #YogaforVasudhaivaKutumbakam

Comment