ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଅଗ୍ରଣୀ ତଥା ବହୁଭାଷୀ ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ‘ସ୍ଵାସ୍ଥ୍ୟପ୍ଲସ୍’ ନେଟଓ୍ଵର୍କରେ ଯୋଡ଼ି ହୋଇଛି ଆଉ ଦୁଇଟି ନୂଆ ଭାଷା। ଶନିବାର ‘ବିଶ୍ଵ ଡାକ୍ତର ଦିବସ’ ଅବସରରେ ସ୍ଵାସ୍ଥ୍ୟପ୍ଲସ୍ ନେପାଳୀ ଏବଂ ସ୍ଵାସ୍ଥ୍ୟପ୍ଲସ୍ ମୈଥିଳୀ ଚ୍ୟାନେଲ ଲଞ୍ଚ୍ ହୋଇଛି। ଏଣିକି ନେପାଳୀ ଏବଂ ମୈଥିଳୀ ଭାଷାରେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାର କାରଣ ଏବଂ ଏହାର ଚିକିତ୍ସା ସମ୍ପର୍କିତ ସୂଚନା ପାଇପାରିବେ ଦର୍ଶକ।

‘ସ୍ଵାସ୍ଥ୍ୟପ୍ଲସ୍’ ନେଟଓ୍ଵର୍କ ବିଭିନ୍ନ ଭାଷାରେ ସ୍ଵାସ୍ଥ୍ୟଭିତ୍ତିକ ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତ କରି ଡିଜିଟାଲ୍ ଚ୍ୟାଲେନ ଜରିଆରେ ଦର୍ଶକମାନଙ୍କୁ ତାହା ଭେଟିଦେଇ ଆସୁଛି ଏବଂ ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଛି।ପୂର୍ବରୁ ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ଉର୍ଦ୍ଦୁ, ମରାଠୀ, ଆସାମୀ, ଗୁରୁରାଟୀ, ତେଲୁଗୁ, ତାମିଲ, କନ୍ନଡ଼, ଇଂରାଜୀ, ପଞ୍ଜାବୀ, ହିଂଲିଶ୍, ମଲାୟଲମ ଆଦି ୧୪ଟି ଚ୍ୟାନେଲରେ ଭିଡିଓ କଣ୍ଟେଣ୍ଟ ହେଉଥିବା ବେଳେ ଏଣିକି ନେପାଳୀ ଏବଂ ମୈଥିଳୀକୁ ମିଶାଇ ମୋଟ୍ ୧୬ଟି ଚ୍ୟାନେଲ ଜରିଆରେ ଲୋକମାନେ ବିଭିନ୍ନ ସ୍ଵାସ୍ଥ୍ୟଭିତ୍ତିକ ସୂଚନା ପାଇପାରିବେ।

Tags: #SwasthyaPlus #SwasthyaPlusNetwork #SwasthyaPlusNepali #SwasthyaPlusMaithili #Health #HealthInformation

Comment