ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜର ଦମ୍‌ଦାର ଅଭିନୟ ପାଇଁ ଓଡ଼ିଆ ସିନେ ଦୁନିଆରେ ବେଶ୍ ପରିଚିତ ଅଭିନେତା ହର ରଥ। ନିଆରା ଅଭିନୟରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ହରଙ୍କୁ ଏଯାଏଁ ବ୍ରେକ୍ ମିଳିନଥିବା ସେ କହନ୍ତି।

ଓଡ଼ିଶାଲାଇଭ୍ ସହ ବିଶେଷ ସାକ୍ଷାତକାର ବେଳେ ଅଭିନୟ କ୍ଷେତ୍ରରେ ସୁଯୋଗ ମିଳିବା ନେଇ ଅଭିନେତା ହର ରଥ କହିଛନ୍ତି, “ମୁଁ ଅଭିନୟ ଦୁନିଆ ସହ ଯୋଡ଼ିହୋଇ ରହିବାକୁ ଚାହୁଁଥିଲି। ତେଣୁ ମୁଁ ଅଭିନୟ କ୍ଷେତ୍ରର ସବୁ ବିଭାଗରେ କାମ କରିଛି। କେତେବେଳେ ମେକଅପ୍ ମ୍ୟାନ୍‌ ହେଇଛି ତ କେତେବେଳେ କ୍ୟାମେରା ଅପରେଟ କରିଛି। ଏହା ଫଳରେ କେବେ ନା କେବେ ତ ମତେ ସୁଯୋଗ ମିଳିବ। କାରଣ ଇଣ୍ଡଷ୍ଟ୍ରିରେ ମୋର କେହି ଗଡ୍‌ଫାଦର ବି ନାହାନ୍ତି। ଆଜିଯାଏଁ ଯେତିକି ସିନେମା କି ଧାରାବାହିକରେ ଅଭିନୟ କରିଛି ମୋ ପାଇଁ କେହି ରେକୋମେଣ୍ଡ ବି କରିନାହାନ୍ତି। ତେଣୁ ଆଜିଯାଏଁ ମତେ ବ୍ରେକ୍ ମିଳିନି ବୋଲି ମୁଁ ଭାବେ।”ହର ରଥଙ୍କ ସମ୍ପୂର୍ଣ୍ଣ ସାକ୍ଷାତକାର ଦେଖନ୍ତୁ ତଳେ ଦିଆଯାଇଥିବା ଲିଙ୍କ୍‌ରେ।

Tags: #HaraRath #ActorHaraRath #Ollywood #OdiaCinema #Entertainment

Comment