ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ବଜ୍ରାଘାତରେ ଏକା ସମୟରେ ଚାଲିଗଲା ମା’ ଓ ପୁଅର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ। ମୃତକମାନେ ହେଲେ ଲିଙ୍ଗରାଜ ହାଲବାଙ୍କ ସ୍ତ୍ରୀ ଦୁରୁବତୀ ଏବଂ ତାଙ୍କ ପୁଅ ଦୀପକ।

ସୋମବାର ଦିନ ଲିଙ୍ଗରାଜ, ଦୁରୁବତୀ ଏବଂ ତାଙ୍କ ପୁଅ ଦୀପକ ନିଜ ଚାଷ ଜମିରେ କାମ କରୁଥିବାବେଳେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଲିଙ୍ଗରାଜ ଜମିରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବାବେଳେ ଦୁରୁବତୀ ଏବଂ ଦୀପକ ଜମିରୁ ବାହାରିବା ସମୟରେ ସେମାନଙ୍କ ଉପରକୁ ବଜ୍ରାଘାତ ହୋଇଥିଲା। ସେହିଠାରେ ହିଁ ମା’ ଓ ପୁଅ ଟଳି ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

Tags: #Jeypure #Koraput #Lightning #Death

Comment