ଓଡ଼ିଶାଲାଇଭ୍ ବ୍ୟୁରୋ

 

 

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୋରଡ଼ା ଥାନା ଅନ୍ତର୍ଗତ ଚିକିଟାମାଟିଆ ଗ୍ରାମର ହିତୁଡ଼ ବିନ୍ଧାଣୀଙ୍କ ୩ ବର୍ଷର ଝିଅ ଘର ପାଖରେ ବୁଲାବୁଲି କରି ଘରୁକୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲା। ଝିଅର ଗୋଡ଼ରୁ ରକ୍ତ ବାହାରୁଥିବା ଦେଖି ସାପ କାମୁଡ଼ିଥିବା ସନ୍ଦେହରେ ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସେହିପରି ଟିଆସିଁ ଗ୍ରାମର ଭୂମିକା ନାୟକଙ୍କ ୪ ବର୍ଷର ଝିଅ ବାହାରେ କିଛି ସମୟ ଖେଳିବା ପରେ ଘରକୁ ଆସି ଅସୁସ୍ଥ ହୋଇପଡ଼ିଥିଲା। ତାକୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଭୂମିକାଙ୍କ ଝିଅ ଗୋଡ଼ରେ କ୍ଷତ ଚିହ୍ନ ରହିଥିବାରୁ ସାପ କମୁଡ଼ି ଥିବା ଅନୁମାନ କରାଯାଉଛି।

ଏହି ଦୁଇଟି ଘଟଣାରେ ପୃଥକ୍ ପୃଥକ୍ ଭାବେ ମୋରଡ଼ା ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ।

Tags: #Mayurbhanj #Morada #SnakeBite #Death #Children

LEAVE A REPLY

Please enter your comment!
Please enter your name here