ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ପଶ୍ଚିମ ଓଡ଼ିଶା ମଙ୍ଗଳବାର ପାଳୁଛି ‘ସମ୍ବଲପୁରୀ ଦିନ୍’। ସମ୍ବଲପୁରୀ ଭାଷା ସାହିତ୍ୟର ବିଶିଷ୍ଟ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ।

ଆଜିର ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକେ ସମ୍ବଲପୁରୀ ପୋଷାକ ପିନ୍ଧି ନାଚ ଗୀତର ଆସର ଜମଇେଥିବାର ଦେଖିବାକୁ ମିଳିଛି। ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୋଇଛନ୍ତି ପଶ୍ଚିମ ଓଡ଼ିଶାବାସୀ। ବିଭିନ୍ନ ସଂଗଠନ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉଛି।

ସେହିପରି ମଙ୍ଗଳବାର କବି ସତ୍ୟନାରାୟଣ ବହିଦାରଙ୍କ ୧୧୦ ତମ ଜନ୍ମ ବାର୍ଷିକୀ। ‘ସମ୍ବଲପୁରୀ ଦିନ୍’ ଅବସରରେ ସମ୍ବଲପୁରଵ ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ କର୍ମଚାରୀମାନଙ୍କୁ ଅଫିସରେ ‘ସମ୍ବଲପୁରୀ ପୋଷାକ’ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ସମ୍ବଲପୁରୀ ଦିନ୍’ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ରହିଥିବା ଅବଦାନ ବିଷୟରେ ଆଜିର ଦିନରେ ଲୋକେ ମନେ ପକାଉଛନ୍ତି। ସେ ସମ୍ବଲପୁରୀ ଭାଷାରେ ଅନେକ କବିତା ଲେଖିବା ସହ ସମ୍ବଲପୁରୀ ଶବ୍ଦକୋଷ ଓ ବ୍ୟାକରଣର ବିକାଶ କରି ସମ୍ବଲପୁରୀ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିଲେ। ସେଥିପାଇଁ ତାଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସ୍ରଷ୍ଟା ବୋଲି କୁହାଯାଏ।

Tags: #SambalpuriDin #SambalpuriCulture #SambalpuriLanguage #SatyanarayanBahidar

 

Comment