ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଅଭାବ। ଏଭଳି ଏକ ଅଭାବନୀୟ ଖବର ଆସୁଛି। ଏହି କାରଣରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ସମ୍ବଲପୁରୀ ଅଧ୍ୟୟନରେ ଡିପ୍ଲୋମାକୁ ବନ୍ଦ କରି ଦିଆଯାଇଛି। ଦୀର୍ଘ ବର୍ଷ ଧରି କୌଣସି ପିଲା ଏଥିରେ  ନାଁ ଲେଖାଉ ନଥିବା ଦର୍ଶାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି କୋର୍ସକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଖବର ମିଳିଛି ଯେ ଗତ ତିନି ବର୍ଷ ମଧ୍ୟରେ ଜଣେ ବି ଏହି ଡିପ୍ଲୋମା କୋର୍ସ ପ୍ରତି ଆଗ୍ରହ ଦେଖି ନାହାନ୍ତି।

ସମ୍ବଲପୁରୀ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହିଭଳି ଏକ କୋର୍ସ ଆରମ୍ଭ ହୋଇଥିଲା। ଏହି କୋର୍ସର ସିଲାବସରେ ପଶ୍ଚିମ ଓଡ଼ିଶାର ଭୂଗୋଳ, ଇତିହାସ, ସମ୍ବଲପୁରୀ ସଂସ୍କୃତି, ପର୍ବପର୍ବାଣୀ, ବ୍ୟକ୍ତି ବିଶେଷ, ସାହିତ୍ୟିକଙ୍କ ସମ୍ପର୍କରେ ପଢ଼ା ଯାଇଥାନ୍ତା। ଏଥିପାଇଁ ଅନେକ ପୁସ୍ତକ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରକାଶ କରିଛନ୍ତି।

ଯଦି କେହି ଆଗ୍ରହ ପ୍ରକାଶ କରନ୍ତି ପୁଣି ଥରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଇ ପାରିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଥିବା ବେଳେ ଏହି କୋର୍ସ ସମ୍ପର୍କରେ ପିଲାଙ୍କୁ  ସୂଚନା ଦେବା ଓ ଏହାର ପ୍ରସାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିଲା ବୋଲି ଜଣେ ପ୍ରାକ୍ତନ ଛାତ୍ର କହିଛନ୍ତି।

Comment