ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଥିପାଇଁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି।

ବୁର୍ଲା ସହରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏଥିପାଇଁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି କର୍ତ୍ତୃପକ୍ଷ। ଯଦି କୌଣସି କାମରେ ବାହାରକୁ ଛାତ୍ରୀ ଯାଇଛନ୍ତି, ତେବେ ସନ୍ଧ୍ୟା ୭.୩୦ ସୁଧା ହଷ୍ଟେଲକୁ ଫେରିଆସିବାକୁ ହଷ୍ଟେଲ ୱାଡେନ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅନ୍ତେବାସୀଙ୍କ ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜର ଓ ହ୍ୟାଣ୍ଡୱାସ ବ୍ୟବହାର, ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଜରୁରୀ କାମ ନଥିଲେ ବାହାରକୁ ଯିବାକୁ ବାରଣ କରାଯାଇଛି। ସ୍ୱାସ୍ଥ୍ୟକ୍ଷେତ୍ରରେ ଯଦି କାହାର କୌଣସି ଅସୁବିଧା ଦେଖାଯାଏ କିମ୍ବା ଥଣ୍ଡା ଜର ଅନୁଭୂତ ହୁଏ, ତେବେ ତୁରନ୍ତ ଭିମସାର ହସ୍ପିଟାଲକୁ ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ।

ଅନ୍ୟପଟେ ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ସୋମବାର ସମ୍ବଲପୁର ଜିଲ୍ଲାରୁ ରାଜ୍ୟର ସର୍ବଧିକ କରୋନା ସଂକ୍ରମିତ ଚିହ୍ନ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୧୦୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଥିବା ସୂଚନା ରହିଛି। ଫେବ୍ରୁଆରି ୧ ତାରିଖ ସୁଧା ଜିଲ୍ଲାରେ ଚିକିତ୍ସାଧୀନଙ୍କ ସଂଖ୍ୟା ୧୦୦ ତଳକୁ ରହିଥିଲା, କିନ୍ତୁ ଏବେ ୧୦୦ ପାର କରିସାରିଛି।

Comment