ଓଡ଼ିଶାଲାଇଭ୍ ବ୍ୟୁରୋ

VIMSAR

ଭୀମସାରରେ କୌଣସି ଏକ କାରଣକୁ କେନ୍ଦ୍ର କରି ଜଣେ ପିଜି ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ଏହି ଘଟଣା ଘଟିଛି। ଘଟଣାରେ ଜଣେ ପିଜି ଛାତ୍ର ଓ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

କୌଣସି ଏକ କାରଣକୁ କେନ୍ଦ୍ର କରି ପିଜି ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ପିଜି ଛାତ୍ରଙ୍କୁ ମାଡ଼ ମାରିଥିଲେ। ଘଟଣା ଜଣାପଡ଼ିବା ପରେ ଅନ୍ୟ କିଛି ଡାକ୍ତରୀ ଛାତ୍ର ଏହାର ପ୍ରତିବାଦ କରିଥିଲେ।

ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

Tags: #vimsar #burla #medicalstudent #odisha #burlamedicalcollege

Comment