ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା

ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍‌ ପୋର୍ଟାଲରେ।

ତିଥି ଓ ପର୍ବ-ଦିବସ

୨୬ ଅଗଷ୍ଟ ୨୦୨୦, ବୁଧବାର। ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ଏବଂ ଦିବା ୧୦:୩୯:୫୩ ପରେ ନବମୀ ତିଥି। ବୈଷ୍ଣବସମ୍ମତ ରାଧାଷ୍ଟମୀ, ବୁଧିବାମନ ଓଷା ଚତୁର୍ଥ ପାଳି। ମଦର ଟେରେସା ଜୟନ୍ତୀ। ଅଷ୍ଟମୀ ତିଥିରେ ଦିବା ୧୦:୩୯:୫୩ ପର୍ଯ୍ୟନ୍ତ ନଡ଼ିଆ ଓ ଆମିଷ ଏବଂ ତା’ପରେ ଲାଉ ଭକ୍ଷଣ ନିଷେଧ।

ମେଷ: ଆଜି ଆପଣଙ୍କର ଅଷ୍ଟମଚନ୍ଦ୍ର ହେଲେ ବି ଅଷ୍ଟମାଧିପତି ମଙ୍ଗଳ ଆପଣଙ୍କ ରାଶ୍ୟାଧିପତି ହୋଇଥିବାରୁ ବିଶେଷ ଅଶୁଭ ଫଳ ମିଳିବ ନାହିଁ। ତଥାପି ସାବଧାନତା ଅବଲମ୍ବନ କରନ୍ତୁ। ମାନସିକ ଅଶାନ୍ତି, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। କାହା ପ୍ରତି କ୍ରୋଧ କରନ୍ତୁ ନାହିଁ ବା କଟୁ ବଚନ ପ୍ରୟୋଗ କରନ୍ତୁ ନାହିଁ।

ବୃଷ: ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେ କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।ତେଲମସଲଯୁକ୍ତ ଖାଦ୍ୟ ପ୍ରତି ରୁଚି ରଖିପାରନ୍ତି। ମାତା, ଭୂମି, ଭବନ ଓ ଗାଡ଼ି ଆଦି ସମ୍ବନ୍ଧିତ ଶୁଭ ଫଳ ମିଳିବ। କିନ୍ତୁ ଅଦରକାରୀ ଖର୍ଚ୍ଚରୁ ଦୂରରେ ରହନ୍ତୁ। କ୍ରୟବାଣିଜ୍ୟ ଅପେକ୍ଷା ବିକ୍ରୟବାଣିଜ୍ୟ ଅଧିକ ଲାଭଦାୟକ ହେବ। ମଧୁମେହ ଓ ମେଦବହୁଳ ରୋଗୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରହିବା ଉଚିତ।

ମିଥୁନ: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ସନ୍ତାନଙ୍କ ଦେହପା ଖରାପ ହେବା ସହ ପରିବାରରେ କିଛି ସମସ୍ୟା ଦେଖାଦେଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ଭାଇଭଉଣୀଙ୍କ ସାହାଯ୍ୟ ନେଇପାରନ୍ତି। ପରିବାରର ମଙ୍ଗଳ ପାଇଁ କିଛି ତ୍ୟାଗ କରିବାକୁ ପଡ଼ିପାରେ। କାରଣ ତ୍ୟାଗ ବିନା ଭୋଗ ଅସମ୍ଭବ।

କର୍କଟ: କଲ୍ୟାଣଚନ୍ଦ୍ର ଆପଣଙ୍କ ଦୁଃଖ, ଯାତନା ଓ ମାନସିକ ଉଦ୍‌ବେଗ ଦୂର କରିବେ। ସତ୍ କର୍ମଶୀଳ ରହିଲେ କୌଣସି ଅସୁବିଧାରେ ପଡ଼ିବେ ନାହିଁ। କିନ୍ତୁ ପରିବର୍ତ୍ତନଶୀଳ ପାଣିପାଗ ଓ ଥଣ୍ଡାଜନିତ ରୋଗ ପ୍ରତି ସାବଧାନ ରହିବା ଉଚିତ। ଚାକିରି ଓ କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ବ୍ୟବସାୟ-ବାଣିଜ୍ୟ ଲାଭଜନକ ହେବ। କିନ୍ତୁ ବିଳାସବ୍ୟସନରେ ଖର୍ଚ୍ଚ କରି ପରେ ପଶ୍ଚାତ୍ତାପ କରିପାରନ୍ତି।

ସିଂହ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ଦାମ୍ପତ୍ୟ କଳହ ପାରିବାରିକ ଅଶାନ୍ତି ବୃଦ୍ଧି କରିପାରେ। କିନ୍ତୁ ସମ୍ଭାଳିଗଲେ କରିଗଲେ ପରିସ୍ଥିତି କିଛି ମାସ ପରେ ଦୂର ହୋଇଯିବ। କାରଣ ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ। କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ଅଛି ଏବଂ ସେଥିପାଇଁ ବି ଅପେକ୍ଷା ଓ ଧୈର୍ଯ୍ୟ ଦରକାର। ବର୍ତ୍ତମାନ ପାଇଁ ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଇଷ୍ଟ ମନନଶୀଳ ରହନ୍ତୁ, ସବୁ ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ।

କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ କର୍ମକ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବ। କିନ୍ତୁ ଅମାନିଆ ସନ୍ତାନଙ୍କ ପାଇଁ ଦୁଃଖ କରିପାରନ୍ତି। ପାରିବାରିକ ଶାନ୍ତି ପାଇଁ ନୀରବ ରହିବା ଉତ୍ତମ ମହୌଷଧି।

ତୁଳା: ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତି ଦୂର ହୋଇପାରେ। କିନ୍ତୁ ସତର୍କତା ଅବଲମ୍ବନ କରନ୍ତୁ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ବିଛା: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଧନସ୍ଥ ଧନାଧିପତି ଓ କର୍ମସ୍ଥ କର୍ମାଧିପତି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।

ଧନୁ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି। କିନ୍ତୁ ଯେ କୌଣସି ପ୍ରକାର ଅଣ-ଜରୁରୀ କିଣାକିଣି କାର୍ଯ୍ୟ ସ୍ଥଗିତ ରଖିବା ଭଲ। କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନର ସୂଚନା ରହିଛି। ଯେ କୌଣସି ପ୍ରକାର ପରିବର୍ତ୍ତନକୁ ସର୍ବଦା ଈଶ୍ୱରଙ୍କ ଇଚ୍ଛା ଭାବି ଗ୍ରହଣ କରିନେବା ଉଚିତ। କାରଣ ଈଶ୍ୱରଙ୍କ ଇଚ୍ଛା ସର୍ବଦା ମଙ୍ଗଳକାରୀ ହୋଇଥାଏ।

ମକର: ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକି ରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ସତ୍‌କାର୍ଯ୍ୟରେ ଦାନ ଓ ଦୂରଯାତ୍ରାର ସମ୍ଭାବନା ରହିଛି। କିନ୍ତୁ ପାଣିପାଗ ଓ ପରିସ୍ଥିତିକୁ ଚାହିଁ ସର୍ବଦା ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: କାର୍ଯ୍ୟ ସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆୟସ୍ଥ ଧନାଧିପତି ଆର୍ଥିକ ଦୃଷ୍ଟିରୁ ଶୁଭଫଳ ପ୍ରଦାନ କରିବେ। ଶତ୍ରୁମାନେ ପରାଭୂତ ହେବେ। କିନ୍ତୁ ପତ୍ନୀ ବା ପତିଙ୍କ ସ୍ୱାସ୍ଥ୍ୟ ଲାଗି କିଛି ଚିନ୍ତା କରିବାକୁ ପଡ଼ିପାରେ। ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ଲାଗି ଯତ୍ନ ନେବା ଆବଶ୍ୟକ।

ମୀନ: ଅସୁସ୍ଥତା, ମାନସିକ ଅବସାଦ ଦୂର ହେବ। ପରିସ୍ଥିତି ଓ ଆର୍ଥିକ ସମସ୍ୟାରେ ସୁଧାର ଆସିବ। ଭାଗ୍ୟୋନ୍ନତି ଘଟିବ। ତେବେ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ନକରିବା ଭଲ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଖାଦ୍ୟ ଓ ପାନୀୟରେ ସତର୍କତା ଅବଲମ୍ବନ କରନ୍ତୁ।

(ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବାର ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।)

Comment