ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ନକଲି ଔଷଧ କାରବାରକୁ ରୋକିବା ପାଇଁ ଏବେ ପ୍ରତ୍ୟେକ ଔଷଧ ଉପରେ କ୍ୟୁଆର କୋଡ ଲାଗିବାକୁ ଯାଉଛି। ଏଥିପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦେଶର ୩୦୦ ପ୍ରମୁଖ ଫାର୍ମା କମ୍ପାନିଙ୍କୁ ନିର୍ଦେଶ ଦେଇଛନ୍ତି। ଅଗଷ୍ଟ ମାସରୁ କମ୍ପାନିମାନେ ସେମାନଙ୍କ ଉତ୍ପାଦିତ ଔଷଧରେ କ୍ୟୁଆର କୋଡ ଲଗାଇବେ।

ଔଷଧରେ କ୍ୟୁଆର କୋଡକୁ ସ୍କାନ୍ କଲେ ଜଣେ ସାଧାରଣ ଗ୍ରାହକ ଏହା ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ। ଏଥିରୁ ଔଷଧ ନକଲି କି ଅସଲି ତାହା ଜଣାପଡ଼ିବ। ଅଗଷ୍ଟ ୧ ତାରିଖରୁ ଭାରତରେ ଏହି ନିୟମ ଲାଗୁ କରାଯାଇଛି।

ଯଦି କୌଣସି ଫାର୍ମା କମ୍ପାନି ଏହି ନିୟମକୁ ଉଲଂଘନ କରନ୍ତି। ତେବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ବୋଲି ଡିସିଜିଆଇଙ୍କ ପକ୍ଷରୁ କୁହାଯାଇଛି। ଏହି କ୍ୟୁଆର କୋଡ ବ୍ୟବସ୍ଥା ବାବଦରେ ମଝିରେ ମଝିରେ ଯାଞ୍ଚ କରାଯିବ।

ଏଭଳି ପଦକ୍ଷେପ ଦ୍ୱାରା ଦେଶରେ ନିମ୍ନମାନର ତଥା ନକଲି ଔଷଧର ବିକ୍ରି ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ୟୁନିକ୍ ପ୍ରଡକ୍ଟ ଆଇଡେଣ୍ଟିଫିକେସନ୍ କ୍ୟୁଆର କୋଡ୍ ଦ୍ୱାରା ଔଷଧର ଜେନେରିକ୍ ନାମ, ବ୍ରାଣ୍ଡ ନାମ, ଉତ୍ପାଦକଙ୍କ ନାମ, ଔଷଧ ଉତ୍ପାଦନର ତାରିଖ ସହ ଏହାର ଏକ୍ସପାଏରୀ ଡେଟ୍‌ ଏବଂ ଔଷଧ ଉତ୍ପାଦନକାରୀ କମ୍ପାନୀର ଲାଇସେନ୍ସ ନମ୍ବର ମଧ୍ୟ ଜାଣି ହେବ ବୋଲି ସେମାନେ କହିଛନ୍ତି।

Tags: #Medicines #QRcode #PharmaCompanies #Health #DGCI

 

Comment