ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପର ମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଛି। ଏଥିଯୋଗୁଁ ମଙ୍ଗଳବାର ଦିନ ହୀରାକୁଦର ୧୦ଟି ଗେଟ ବନ୍ଦ କରାଯାଇଛି। ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏହା ପୂର୍ବରୁ ମୋଟ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିଲା।

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୧ ଲକ୍ଷ ୫୮ ହଜାର ୨୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୮ ହଜାର ୯୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ବନ୍ୟା ସମ୍ଭାବନା ନେଇ ଲାଗି ରହିଥିବା ଚିନ୍ତା ବର୍ତ୍ତମାନ କମିଛି। ଆଗକୁ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।

ଗତ ଜୁଲାଇ ୨୩ ତାରିଖରେ ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଜଳସ୍ତର କମିବାରୁ ଗେଟଗୁଡ଼ିକୁ ବନ୍ଦ କରାଯାଇଥିଲା।

ପୁନର୍ବାର ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ିବାରୁ ଅଗଷ୍ଟ ୩ ତାରିଖରେ ୨ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଖୋଲାଯାଇଥିବା ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା।

Tags: #Hirakud #HirakudGate #FloodSituation #FloodWater

LEAVE A REPLY

Please enter your comment!
Please enter your name here