ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ପଟ ଆଡମିସନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୧୧ଟି ଆସନରେ ନାମ ଲେଖାଇବା ନିମନ୍ତେ ସୂଚନା ଜାରି କରାଯାଇଛି।

ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ଦିନ ୧୧ଟା ସମୟରେ ଢେଙ୍କାନାଳସ୍ଥିତ ଆଇଆଇଏମସି କ୍ୟାମ୍ପସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଦିନ ଆବଶ୍ୟକୀୟ ପ୍ରମାଣପତ୍ର ଆଙ୍ଗରେ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିଦିନ ହିଁ ପରୀକ୍ଷା ଫଳ ପ୍ରକାଶ ପାଇବ। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଅଗଷ୍ଟ ୩୦ ତାରିଖ ସୁଦ୍ଧା ପାଠ୍ୟକ୍ରମର ଦେୟ ପଇଠ କରିବାକୁ ପଡ଼ିବ।

ଆବେଦନ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ବିଷୟରେ ଛାତ୍ରଛାତ୍ରୀ ସ୍ନାତକ କରିଥିବା ଆବଶ୍ୟକ। ନାମଲେଖା ପାଇଁ ଅଧିକ ସୂଚନା ଆଇଆଇଏମସିର ଓ୍ଵେବସାଇଟ୍ www.iimc.nic.in ରେ ଉପଲବ୍ଧ ରହିଛି।

ପ୍ରାର୍ଥୀମାନେ ନିଜ ନାମଲେଖାକୁ ସୁରକ୍ଷିତ ଏବଂ ସ୍ଥାୟୀ କରିବା ପାଇଁ ପାଠ୍ୟକ୍ରମ ଦେୟ ପଇଠ କରିବା ବାଧ୍ୟତାମୂଳକ ରହିଛି। ଏହି ଦେୟ ଫେରସ୍ତ ହେବ ନାହିଁ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Tags: #Education #Admission #OdiaJournalismCourse #IIMC #EntranceExam #SpotAdmission

Comment