ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଫିରିଙ୍ଗିଆ ଥାନା ପୋଡ଼ି ଓ ହିଂସା ମାମଲାରେ ନିଲମ୍ବିତ ଥାନା ଅଧିକାରୀ ଏବଂ ଦୁଇ ଜଣ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଫଳରେ ଅଗଷ୍ଟ ୨୮ ତାରିଖ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି।

ଜବତ ହେଉଥିବା ଗଞ୍ଜେଇ ପୋଲିସ ଗାଡ଼ିରେ ଚାଲାଣ କରାଯାଉଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତ ରହିଥିବା ଥାନା ଅଧିକାରୀ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଜନସାଧାରଣ ରାସ୍ତା ରୋକ କରିଥିଲେ।

ରାସ୍ତା ରୋକ ହଟାଇବାକୁ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ଭଙ୍ଗରାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ପରେ ଥାନା ପରିସରରେ ଥିବା ଜବତ ଜଞ୍ଜେଇ ଏବଂ କେତୋଟି ଗାଡ଼ିକୁ ପୋଡ଼ି ଦେଇଥିଲେ।

ଏହି ଘଟଣା ପରେ ଫିରିଙ୍ଗିଆ ଥାନା ଅଧିକାରୀ ଥିବା ତପନ କୁମାର ନାହକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ପରେ ଗତ ଅଗଷ୍ଟ ୧୧ ତାରିଖରେ ତାଙ୍କୁ ରାଜ୍ୟ ପୋଲିସ ମହାନିର୍ଦେଶକ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। କିନ୍ତୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନିଲମ୍ବିତ ପୂର୍ବତନ ପିରିଙ୍ଗିଆ ଥାନା ଅଧିକାରୀ ଏବଂ ଦୁଇ ଜଣ ହୋମଗାର୍ଡଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଅଗଷ୍ଟ ୨୮ ତାରିଖକୁ ଆନ୍ଦୋଳନ ଡାକରା ଦେଇଥିଲା କନ୍ଧମାଳ ମିଳିତ ମଞ୍ଚ।

ଆନ୍ଦୋଳନ ପୂର୍ବରୁ ନିଲମ୍ବିତ ଥାନା ଅଧିକାରୀ ତପନ କୁମାର ନାହାକ, ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଏବଂ ରବିନ୍ଦ୍ର ନାୟକଙ୍କ ବିରୋଧରେ ମମଲା ରୁଜୁ କରାଯାଇଛି।

Tags: #Phulbani #PhiringiaPoliceStation #BurningCase #CaseFile #PoliceInvestigation

Comment