ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରରେ ରାତି ଆସିବାରୁ ରୋଭର ପ୍ରଜ୍ଞାନକୁ ସ୍ଲିପ୍ ମୋଡରେ ରଖିଲା ଇସ୍ରୋ

ନିଦରେ ଶୋଇଲା ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁ ଯେଉଁଠାରେ ଲ୍ୟାଣ୍ଡର ଓ ରୋଭର ଅଛନ୍ତି ସେଠାରେ ଆରମ୍ଭ ହୋଇଛି ରାତି। ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନକୁ ସୁରକ୍ଷିତ ସ୍ଥାନରେ ପାର୍କ କରିବା ପରେ ସ୍ଲିପ୍ ମୋଡରେ ରଖିଦେଇଛି ଇସ୍ରୋ। ରୋଭରରେ ଥିବା ପେଲୋଡକୁ ମଧ୍ୟ ବନ୍ଦ କରିଦିଆଯାଇଛି।

https://cutm.ac.in/

ରୋଭର୍ ତାର ସମସ୍ତ କାର୍ଯ୍ୟ ସମ୍ପାଦନ କରିସାରିଛି, ବ୍ୟାଟେରୀ ମଧ୍ୟ ଫୁଲଚାର୍ଜ ଥିବା ସୂଚନା ଦେଇଛି ଇସ୍ରୋ। ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି। ରବିବାରଠାରୁ ଦକ୍ଷିଣମେରୁରେ ରାତି ଆରମ୍ଭ ହୋଇ ୨୨ ତାରିଖଯାଏଁ ଅନ୍ଧକାର ରହିବ।

ପୁଣି ଥରେ ସେଠାରେ ସୂର୍ଯ୍ୟୋଦୟ ହେଲେ ବା ଖରା ପଡ଼ିଲେ ରୋଭର ଓ ଲ୍ୟାଣ୍ଡର ସଫଳତାର ସହ କାମ କରିବେ ବୋଲି ଇସ୍ରୋ ପକ୍ଷରୁ ଆଶା ରଖାଯାଇଛି। ଇସ୍ରୋର କମାଣ୍ଡ ଗ୍ରହଣ ଲାଗି ରିସିଭର୍ ମଧ୍ୟ ଅନ୍ ରହିଛି। ତଥାପି ୧୪ଦିନିଆ ରାତି ପରେ ଯଦି ରୋଭର୍ ନିଦରୁ ନଉଠେ, ତେବେ ସବୁଦିନ ପାଇଁ ତାହା ଭାରତୀୟ ରାଷ୍ଟ୍ରଦୂତ ଭାବେ ଚନ୍ଦ୍ରରେ ରହିଯିବ ବୋଲି ଟୁଇଟ୍ କରି ଜଣାଇଛି ଇସ୍ରୋ।

ଗତ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩। ଏହାପରେ ଲ୍ୟାଣ୍ଡରରୁ ବାହାରି ନିଜ କାମ ଆରମ୍ଭ କରିଥିଲା ରୋଭର ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ପ୍ରଜ୍ଞାନ।

Tags: #ISRO #MissionMoon #Chandrayaan-3Mission #PragyanRover

LEAVE A REPLY

Please enter your comment!
Please enter your name here