ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୩ କ୍ରିକେଟ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ
  • ବିଶ୍ଵକପରେ ରୋହିତ ଶର୍ମା ଅଧିନାୟକ, ହାର୍ଦିକ ପାଣ୍ଡ୍ୟା ଉପଅଧିନାୟକ
  • ୟୁଜବେନ୍ଦ୍ର ଚହଲ ଓ ସଞ୍ଜୁ ସାମସନଙ୍କୁ ଦଳରେ ମିଳିଲାନି ସ୍ଥାନ

ଆଇସିସି କ୍ରିକେଟ ବିଶ୍ଵକପ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୫ ଜଣ ଖେଳାଳି ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଦିନିକିଆ ବିଶ୍ଵକପ ଖେଳିବ। ଏନେଇ ମଙ୍ଗଳବାର ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ସୂଚନା ଦେଇଛନ୍ତି।

ଆସନ୍ତା ବିଶ୍ୱକପ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହାସହ ଶୁଭମନ ଗିଲ୍, ବିରାଟ କୋହଲି, କେ ଏଲ୍ ରାହୁଲ, ଶ୍ରେୟସ ଅୟର, ଇଶାନ କିସନ ଓ ସୂର୍ଯ୍ୟକୁମାର ଯାଦବ ବିଶ୍ଵକପ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ସେହିପରି ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁରଙ୍କୁ ଟିମରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ବିଶ୍ଵକପରେ ଭାରତର ବୋଲିଂ ଆଟାକର ଦାୟିତ୍ୱ ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ଉପରେ ରହିବ। ସେହିପରି ସ୍ପିନର ଭାବେ କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ମିଳିଛି।

କ୍ରିକେଟ ବିଶ୍ଵକପ ପାଇଁ ଭାରତୀୟ ଦଳରେ ୟୁଜବେନ୍ଦ୍ର ଚହଲ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳି ସାମିଲ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଟିମରେ ତିଳକ ବର୍ମାଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ।

୨୦୨୩ ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବ। ଏହାର ଓପନିଂ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ନଭେମ୍ବର ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ଵକପ ଫାଇନାଲ ଖେଳାଯିବ।

Tags: #ICCCricketWorldCup2023 #IndianTeam #BCCI #Cricket #Sports #India

LEAVE A REPLY

Please enter your comment!
Please enter your name here