ଓଡ଼ିଶାଲାଇଭ୍ ବ୍ୟୁରୋ

 ମହାକାଶ ବିଜ୍ଞାନ କ୍ଷେତ୍ରରେ ସଫଳତା ରଚୁଛି ଭାରତ

ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-ୱାନର ସଫଳ ଉତକ୍ଷେପଣ ପରେ ମହାକାଶ ବିଜ୍ଞାନକୁ ନେଇ ଏବେ ସବୁଠି ଚର୍ଚ୍ଚା। ମହାକାଶ ବିଜ୍ଞାନ ଏବଂ ଏ ବିଷୟରେ ଗବେଷଣାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ। ବିଜ୍ଞାନର ଏଭଳି ଏକ ବ୍ୟାପକ ବିଷୟ ଉପରେ ଓଡ଼ିଶାଲାଇଭ୍ ସହ ବିଶେଷ ଆଲୋଚନା କରିଛନ୍ତି ଜଣାଶୁଣା ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।

ଆଦିତ୍ୟ ଏଲ୍-ୱାନ ଉପରେ ଆଲୋଚନା କରି ସେ କହିଛନ୍ତି, “ପୃଥିବୀ ଭଳି ସୂର୍ଯ୍ୟରେ ମଧ୍ୟ ଅନବରତ ଝଡ଼ ସୃଷ୍ଟି ହୁଏ। ସୂର୍ଯ୍ୟରେ ଥିବା ଚୂମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଆସିଲେ ଝଡ଼ ହୋଇଥାଏ। ତାକୁ କିଭଳି ପୂର୍ବାନୁମାନ କରିହେବ, ତା ଉପରେ ଅନୁଧ୍ୟାନ କରିବ ଆଦିତ୍ୟ ଏଲ୍-ୱାନ। ଏଥିସହ କେତେ ଦିନ ବ୍ୟବଧାନରେ ହେଉଛି ଝଡ଼, ସେଥିରେ କେତେ ପରିମାଣର କଣିକା ବାହାରୁଛି, କ’ଣ ରହିଛି ତା’ର ପ୍ରଭାବ ସେ ସବୁ ଉପରେ ଆଦିତ୍ୟ ଏଲ୍-ୱାନ ଅଧ୍ୟୟନ କରିବ”।

ସୂର୍ଯ୍ୟ ରହସ୍ୟ ଉପରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #ISRO #SpaceScience #AdityaL-1 #SolarMission

Comment