ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେ ଜଗତର ପରିଚିତ ନାଁ ସ୍ଵରାଜ ବାରିକ। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିବା ସ୍ଵରାଜଙ୍କର ପିଲାଟି ବେଳରୁ ହିଁ ଅଭିନୟ ଏବଂ ନୃତ୍ୟ ପ୍ରତି ଆଗ୍ରହ ରହିଥିଲା।

ଟେଲି ଧାରାବାହିକରୁ ଶିଶୁ କଳାକାର ଭାବେ ଅଭିନୟ ଯାତ୍ରା ଆରମ୍ଭ କରିଥିବା ସ୍ଵରାଜ ଏବେ ଓଲିଉଡ ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

“କ୍ୟାମେରା ଆଗରେ ଅଭିନୟ ଧାରା ମୁଁ ଆରମ୍ଭ କରିଥିଲି ଧାରାବାହିକ ଜରିଆରେ। ଶିଶୁ କଳାକାର ଭାବେ ଅନେକ ଧାରାବାହିକରେ ଅଭିନୟ କରିଛି। କିନ୍ତୁ ‘ଶ୍ରୀଜଗନ୍ନାଥ’ ସିରିଏଲ୍ ମତେ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି। ଆଜି ବି ଦର୍ଶକେ ମତେ ସେହି କାଳିଆ ଚରିତ୍ରରେ ଚିହ୍ନନ୍ତି”, କହିଛନ୍ତି ଅଭିନେତା ସ୍ଵରାଜ ବାରିକ।

ଓଡ଼ିଆ ସିନେ ଅଭିନେତା ସ୍ଵରାଜ ବାରିକଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #swarajbarik #ollywoodnews #actor #odiaactor #cinemaactor #odiacinema

LEAVE A REPLY

Please enter your comment!
Please enter your name here