ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଉଦଳା-ବୈଶିଙ୍ଗା ରାସ୍ତାର ଲେଙ୍କାସାହିଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଯମୁନାଦେଇପୁର ଗ୍ରାମର ବିକର୍ତ୍ତନ ସିଂ ଓ ତାଙ୍କ ପୁତୁରା ତପନ ସିଂ।

ବିକର୍ତ୍ତନ ଏବଂ ତପନ ଗୋଟିଏ ବାଇକରେ କୌଣସି କାମରେ ବାହାରକୁ ଯାଉଥିବାବେଳେ ଲେଙ୍କାସାହିଠାରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଦାଦା ପୁତୁରାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବିକର୍ତ୍ତନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତପନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିଥିଲେ।

ଭୀମଦା ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁଇଜଣଙ୍କର ମୃତ୍ୟୁକୁ ନେଇ ଯମୁନାଦେଇପୁର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Tags: #Accident #Mayurbhanj #Death #RoadAccident

Comment