ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଟି ବେଳରୁ ସଙ୍ଗୀତ ପ୍ରେମରେ ପଡ଼ିଥିଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। କିନ୍ତୁ ତାଙ୍କୁ ସଙ୍ଗୀତ ଶିକ୍ଷା ପାଇଁ ପିଲାବେଳେ ମିଳିନଥିଲା ସୁଯୋଗ। ଏଥିରେ ସେ ହାର ମାନିନଥିଲେ ବାରମ୍ବାର ଚେଷ୍ଟା କରିଥିଲେ ସଙ୍ଗୀତ ଶିକ୍ଷା ଲାଭ କରିବାକୁ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ।

“ମୁଁ ସାନ ବେଳୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲି। କିନ୍ତୁ ସେତେବେଳେ ଝିଅମାନେ ଗୀତ ଗାଇଲେ ଲୋକ ପସନ୍ଦ କରୁନଥିଲେ। ଝିଅମାନଙ୍କ ପାଇଁ ଗୀତ ଗାଇବା ଏକପ୍ରକାର ବାରଣ ଥିଲା। ଯେହେତୁ ମୋ ବାପା, ମା’ଙ୍କର ଇଚ୍ଛାଥିଲା ସେମାନେ ମତେ ଏଇ କ୍ଷେତ୍ରରେ ଆଗକୁ ଆଣିଲେ’’, କିଛି ଦିନ ତଳେ ଓଡ଼ିଶାଲାଇଭ୍‌କୁ ଦେଇଥିବା ସାକ୍ଷାତକାରରେ ଏଭଳି ନିଜ ଅନୁଭୂତି ବାଣ୍ଟିଥିଲେ ଶାନ୍ତିଲତା ବାରିକ ଛୋଟରାୟ।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ତାଙ୍କର ପ୍ରତିଟି ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।

Tags: #ShantilataBarik #OdiaSong #Bhajana #ClassicalMusic #OdiaBhajana

Comment