ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ବସ୍ ଧର୍ମଘଟକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଅଲ ଓଡ଼ିଶା ବସ ମାଲିକ ସଂଘର ସାଧାରଣର ସମ୍ପାଦକ ଦେବେନ୍ଦ୍ର ସାହୁ।
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ବସ ଚଳାଚଳକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ ପାଇଁ ଚେତାବନୀ ଦିଆଯାଇଥିଲା। ଏ ନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ବସ ମାଲିକ ସଂଘର ଦାବିଗୁଡ଼ିକୁ ନେଇ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ‘ଲକ୍ଷ୍ମୀ’ ଯୋଜନାରେ ୧,୬୦୦ ବସ୍ ଚଳାଚଳ କରିବ। ୧୬ ଶହ ବସ ମଧ୍ୟରୁ ଏକ ହଜାର ବସ ପଞ୍ଚାୟତରୁ ବ୍ଲକକୁ ଚଳାଚଳ କରିବ ଏବଂ ବାକି ୬୦୦ ବସ୍ ବ୍ଳକରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବ। ପଞ୍ଚାୟତରୁ ବ୍ଲକକୁ ଚାଲିବାକୁ ଥିବା ବସକୁ ନେଇ କୌଣସି ସମସ୍ୟା ନଥିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ଥିବା ବସ୍ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ନାହିଁ। ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚାଲିବାକୁ ନଥିବାରୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ଦେବେନ୍ଦ୍ର ସାହୁ କହିଛନ୍ତି।
Tags: #stateprivatebusownersassociation #meeting #cmo #LAccMIyojana #odisha #busstrike


















