ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ପ୍ରଦାନ କରାଯିବ ‘ସୁରେଶ ସୃଜନ ସମ୍ମାନ’। ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ସମ୍ମାନ ଘୋଷଣା କରାଯାଇଛି।

ଚିତ୍ରଶିଳ୍ପୀ ରାମହରି ଜେନା ଏକାଧାରରେ ଜଣେ ଚିତ୍ରକର, ପ୍ରିଣ୍ଟମେକର, ଭିଜୁଆଲାଇଜର ଓ କଳା-ସମାଲୋଚ ଭାବେ ବେଶ୍ ଜରାଶୁଣା। ଦେଶ ବିଦେଶରେ ସେ ଏକାଧିକ ଚିତ୍ର ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଛନ୍ତି। ଓଡ଼ିଶାର କଳା କ୍ଷେତ୍ରକୁ ତାଙ୍କର ବିଶେଷ ଅବଦାନ ରହିଛି।

ଆସନ୍ତା ଅକ୍ଟୋବର ୨୬ ତାରିଖରେ ଆୟୋଜିତ ହେବାକୁଥିବା ‘ସୁରେଶ ସମାବେଶ’ରେ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ସମ୍ପାଦିକା ଅଧ୍ୟାପିକା ଡକ୍ଟର ଅନ୍ୟା ଅନୁରୂପା ସୂଚନା ଦେଇଛନ୍ତି।

Tags: #sureshsrujanasamman #eminentartistramaharijena #Odisha

Comment