ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ‘ମୋ ମାଟି ମୋ ଦେଶ ଅଭିଯାନ’ର ଆକର୍ଷଣ ସାଜିଲା ଓଡ଼ିଶାର କଳା ଓ ସଂସ୍କୃତି। ନୂଆଦିଲ୍ଲୀରେ ହୋଇଥିବା ଏହି ଅଭିଯାନର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଶାର କଣ୍ଠଶିଳ୍ପୀ ସୁସ୍ମିତା ଦାସ ସଙ୍ଗୀତ ପରିବେଷଣ କରିଥିଲେ। ଦର୍ଶକମାନେ ଏହାକୁ ବେଶ୍ ପସନ୍ଦ କରିଥିଲେ।

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ ପାଇଁ ଭାରତର ପୂର୍ବାଞ୍ଚଳରୁ ସୁସ୍ମିତା ଦାସ ଓ ତାଙ୍କ ଗ୍ରୁପ ‘ଅରୋମିରା ଏଣ୍ଟରଟେନମେଣ୍ଟ’ ମନୋନୀତ ହୋଇଥିଲେ। ସେ ତାଙ୍କ ନୃତ୍ୟ ଦଳ ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସେହିପରି କାର୍ଯ୍ୟକ୍ରମରେ ସୁସ୍ମିତାଙ୍କ ସହ ବିଶିଷ୍ଟ କଣ୍ଠଶିଳ୍ପୀ ସତ୍ୟେନ୍ଦ୍ର କୁମାର, ରିଆଜ ଦେବ ଓ ଶାଳିନୀ ଦୁବେ ମଧ୍ୟ ଗୀତ ଗାଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସୁସ୍ମିତା ଦାସଙ୍କୁ ଅନେକ ପ୍ରଶଂସା ମିଳିଛି।

ଦେଶର ସୁରକ୍ଷା ପାଇଁ ସହିଦ ହୋଇଥିବା ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଅନ୍ତର୍ଗତ ହୋଇଥିବା ଅମୃତ କଳସ ଯାତ୍ରାରେ ସାରା ଦେଶରେ ସହିଦମାନଙ୍କ ଜନ୍ମ ସ୍ଥାନରୁ ମାଟି ସଂଗ୍ରହ କରାଯାଇଥିଲା।

ସେହି ପବିତ୍ର ମାଟିକୁ ଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀକୁ ପଠାଯାଉଛି। ସେହି ମାଟିକୁ ବ୍ୟବହାର କରି ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତବାଟିକା ସ୍ଥାପନ କରାଯିବ।

Tags: #SusmitaDas #ClassicalDance #MeriMaatiMeraDesh #NationalCampaign #NewDelhi

LEAVE A REPLY

Please enter your comment!
Please enter your name here