ଓଡ଼ିଶାଲାଇଭ୍ ବ୍ୟୁରୋ

Odissi Dance

ଶାସ୍ତ୍ରୀୟ ନୃତ୍ୟ ଏକ ପ୍ରକାର ମାନସିକ ଓ ଶାରୀରିକ ବ୍ୟାୟାମ। ଏହା କେବଳ ମନକୁ ପ୍ରଫୁଲ୍ଲିତ କରେ ତାହା ନୁହେଁ, ଏଥିରେ ଥିବା ମଧୁର ସଙ୍ଗୀତ, ତାଳ, ମୁଦ୍ରା, ଭଙ୍ଗୀ ସ୍ଵାସ୍ଥ୍ୟ ପାଇଁ ବି ଖୁବ୍ ଉପଯୋଗୀ। ବିଶେଷଜ୍ଞଙ୍କ ମତରେ ଶାସ୍ତ୍ରୀୟ ନୃତ୍ୟରେ ସବୁପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଦୂର କରିବାର କ୍ଷମତା ରହିଛି। କେବଳ ଶାସ୍ତ୍ରୀୟ ନୃତ୍ୟ ନୁହେଁ। ସବୁପ୍ରକାର ନୃତ୍ୟ ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।

  • ଏହା ମାଂସପେଶୀକୁ ସୁଦୃଢ଼ କରିବ।
  • ନାଚିବା ବେଳେ ତାଳ ଅନୁଯାୟୀ ବାରମ୍ବାର ନିଶ୍ଵାସପ୍ରଶ୍ୱାସ ନେବା ଛାଡ଼ିବା ପ୍ରକ୍ରିୟା ଏକ ପ୍ରକାରର ଏକ୍ସରସାଇଜ୍।
  • ନୃତ୍ୟ ଶରୀରରେ ରକ୍ତ ସଂଚାଳନକୁ ସ୍ଵାଭାବିକ କରିଥାଏ। ସାଧାରଣତଃ ନାଚିଲା ବେଳେ ଶରୀରର ସମସ୍ତ ଅଙ୍ଗ ବ୍ୟବହାର ହୋଇଥାଏ। ଯାହା ଏକ ପ୍ରକାର ବ୍ୟାୟାମ। ନାଚିବା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ।
  • ହୃତ୍‌ପିଣ୍ଡକୁ ରକ୍ତ ପ୍ରଭାହ କରି ସୁସ୍ଥ ଓ ସତେଜ ରଖେ।
  • ନୃତ୍ୟ ଏକ ପ୍ରକାର ମେଣ୍ଟାଲ ଥେରାପି। ମାନସିକ ଚାପ, ଅବସାଦ ଭଳି ସମସ୍ୟାକୁ ଦୂର କରିଥାଏ ନୃତ୍ୟ।
  • ଏହା ସ୍ମରଣ ଶକ୍ତିକୁ ପ୍ରଖର କରେ
  • ନୃତ୍ୟ ଶରୀରକୁ ନମନୀୟ କରିଥାଏ।
  • ସବୁଠୁ ବଡ଼ କଥା ହେଲା ନୃତ୍ୟ ଶରୀରର ଓଜନକଚ ସନ୍ତୁଳନ ରଖିଥାଏ। ନାଚ ଶରୀରରେ ଥିବା ଚର୍ବିକୁ କମ୍‌ କରିବା ସହ ମେଦବୃଦ୍ଧି ହେବାକୁ ଦିଏ ନାହିଁ। ଶରୀରର କ୍ୟାଲୋରିକୁ କମେଇଥାଏ।

Comment