ଓଡ଼ିଶାଲାଇଭ୍ ବ୍ୟୁରୋ

ossc

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୪୯୫ଟି ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ପଦବୀ ପୂରଣ ହେବ।

ଏହି ପରୀକ୍ଷା ପାଇଁ ଏବେ ଓଏସଏସସି ପକ୍ଷରୁ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ନଭେମ୍ବର ୧୪।

ଆପଣମାନେ ଏହି ସିଜିଏଲ ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଅଡିଟର (ବିଭିନ୍ନ ବିଭାଗ) – ୨୩୯
  • ଜୁନିୟର ଆସିଷ୍ଟାଣ୍ଟ (ବିଭିନ୍ନ ବିଭାଗ) – ୧୪୧
  • ଟେକ୍ସଟାଇଲ ଇନ୍ସପେକ୍ଟର – ୪
  • ଫାଇନାନସିଆଲ୍ ସର୍ଭିସ ଅଫିସର – ୧୨
  • ସପ୍ଲାଏ ଇନ୍ସପେକ୍ଟର – ୩୮
  • ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର – ୪
  • ଜୁନିୟର ଆକାଉଣ୍ଟଟାଣ୍ଟ – ୨

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ସେମାନେ ଅତିକମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ବିଭିନ୍ନ ପଦବୀ ପାଇଁ ଥିବା ଅତିରିକ୍ତ ଯୋଗ୍ୟତା ସେମାନଙ୍କ ପାଖେ ଥିବା ଦରକାର

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ଓ ସାର୍ଟିଫିକେଟ ଯାଞ୍ଚ କରାଯାଇ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ ossc.gov.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ସିଜିଏଲ୍ ପରୀକ୍ଷା’ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପରୀକ୍ଷା କେବେ ହେବ, ସେନେଇ ଓଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସସି ୱେବସାଇଟରେ ଉପଲବ୍ଧ।

Tags: #OSSC #CGLExamination #OnlineApplication #Employment #GovtofOdisha

Comment