ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଦୀପାବଳି। ଦୀପାବଳିରେ ବାଣ ଫୁଟାଇବାକୁ ସମସ୍ତେ ପ୍ରସ୍ତୁତ। ଲୋକଙ୍କ ଚାହିଦାକୁ ଦେଖି ଏବେ ବଜାରରେ ମିଳୁଛି ‘କାର୍ବାଇଡ୍‌ ଗନ୍‌’ ଭଳି ଏକ ଘାତକ ଜିନିଷ। ଯାହାକୁ ଲୋକେ ବାଣ ଭାବେ ବ୍ୟବହାର କରୁଛନ୍ତି। କାର୍ବାଇଡ୍ ଏକ ରାସାୟନିକ ଦ୍ରବ୍ୟ ହୋଇଥିବାରୁ ଏହାର ବ୍ୟବହାର ବିପଦ ଆଣିପାରେ ବୋଲି କୁହନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ।

ଲୋକଙ୍କ ଚାହିଦା ଅନୁସାରେ ବଜାରକୁ ଆସେ ବିଭିନ୍ନ ପ୍ରକାରର ବାଣ। ବଜାରକୁ ଆସିଥିବା ‘କାର୍ବାଇଡ୍ ଗନ୍’ ପ୍ରତି ଲୋକଙ୍କର ଆଗ୍ରହ ଦେଖିବାକୁ ମିଳୁଛି। କାରଣ ଏହା ଶସ୍ତାରେ ଉପଲବ୍ଧ ହେଉଛି। କିନ୍ତୁ ଏହା କେତେଯେ ବିପଦପୂର୍ଣ୍ଣ ତାହା ଲୋକଙ୍କୁ ଜଣାନାହିଁ। ‘ବାର୍କାଇଡ୍ ଗନ’ର ବ୍ୟବହାର ଏହି ଦୁଇ ତିନି ବର୍ଷ ମଧ୍ୟରେ ବଢ଼ି ଯାଇଛି। ପୂର୍ବରୁ ଏହା ‘ପଟାଟୋ ଗନ’ ଭାବେ ବିଭିନ୍ନ ଦେଶରେ ବ୍ୟବହାର ହେଉଛି।

କାର୍ବାଇଡ୍ ହେଉଛି ଏକ ରାସାୟନିକ ଦ୍ରବ୍ୟ ଯାହାକୁ ଗାଁ ଗହଳିରେ ଆମ୍ବ ଏବଂ କଦଳୀ ଆଦି ପାଚିବା ଲାଗି ବ୍ୟବହାର କରାଯାଇଥାଏ। ପଶ୍ଚିମବଙ୍ଗରେ ଆମ୍ବ ପଚାଇବା ପାଇଁ କାର୍ବାଇଡ୍ ବ୍ୟବହାର ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଥିବା ନଜିର ରହିଛି।

ବିଗତ ବର୍ଷରେ ଏହି ‘କାର୍ବାଇଡ୍‌ ଗନ୍‌’ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କର ଆଖି ନଷ୍ଟ ହୋଇଛି ଏବଂ ଆଉ କିଛି ନିଜର ଆଖି ହରାଇଛନ୍ତି ବୋଲି ଡାକ୍ତର ଶ୍ରୀକାନ୍ତ ସାହୁ କହିଛନ୍ତି। ସତର୍କତା ଏବଂ ସଚେତନାର ଅଭାବ ଯୋଗୁଁ ଅନେକ ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଥିବା ସେ କହିଛନ୍ତି।

‘କାର୍ବାଇଡ୍‌ ଗନ୍‌’ ଯୋଗୁଁ ବିଶେଷ କରି ଆଖି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ‘କାର୍ବାଇଡ୍‌ ଗନ୍‌’ କ’ଣ, ଏହା କିପରି ଆଖିକୁ ପ୍ରଭାବିତ କରୁଛି ଓ କେମିତି ନିଜକୁ ଏଥିରୁ ସୁରକ୍ଷିତ ରଖିହେବ ସେ ନେଇ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ କ’ଣ କହୁଛନ୍ତି ଆସନ୍ତୁ ଦେଖିବା ଭିଡିଓ।

Tags: #EyeCare #Protection #Crackers #DoctorsAdvice #CarbideGun #SafeDiwali

LEAVE A REPLY

Please enter your comment!
Please enter your name here