ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନ ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଏବଂ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ନଭେମ୍ବର ୭ ତାରିଖରେ ଛତିଶଗରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ବିଧାନସଭା ଆସନ ଲାଗି ନିର୍ବାଚନ ହୋଇଥିଲା।

ଶୁକ୍ରବାର ଦିନ ଦ୍ଵିତୀୟ ପର୍ଯ୍ୟାୟରେ ୭୦ଟି ବିଧାନସଭା ଆସନ ପାଇଁ ମତସାବ୍ୟସ୍ତ କରୁଛନ୍ତି ଛତିଶଗଡ଼ ଭୋଟର। ମଧ୍ୟପ୍ରଦେଶର ମୋଟ ୨୩୦ଟି ବିଧାନସଭା ଆସନ ପାଇଁ ଶୁକ୍ରବାର ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ ଚାଲିଛି।

ଛତିଶଗଡ଼ରେ ୯୫୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର। ୧୮, ୮୩୩ଟି ବୁଥରେ ଚାଲିଛି ମତଦାନ।

ସେହିପରି ମଧ୍ୟପ୍ରଦଶରେ ମୋଟ ୨୩୦ଟି ବିଧାସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ଚାଲିଛି। ମୋଟ ୨, ୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମଧ୍ୟପ୍ରଦେଶର ୫ କୋଟି ୬୦ ହଜାର ଭୋଟର। ୬୪,୬୨୬ଟି ବୁଥରେ ମତଦାନ ଚାଲିଛି। ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରୁଛନ୍ତି ଭୋଟର।

Tags: #Politics #IndianPolitics #Election #AssemblyElection #vote #chhattisgarh #madhyapradesh

Comment