ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଜବାଜ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସରିଛି। ଏଥିରେ ୫ ଲକ୍ଷରୁ ଅଧିକ ନୂଆ ଭୋଟରଙ୍କ ନାଁ ତାଲିକାରେ ଯୋଡ଼ି ହୋଇଛି। ଏନେଇ ରାଜ୍ୟ ନିର୍ବଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ୩୦ ଜିଲ୍ଲାରେ ଗତ ଅକ୍ଟୋବର ୨୭ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟର୍ ତାଲିକା ସଂଶୋଧନ ହୋଇଥିଲା। ଏହି ମାସକ ପ୍ରକ୍ରିୟାରେ ତାଲିକାରେ ମୋଟ ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର୍ ଯୋଡ଼ି ହୋଇଥିଲେ।

ଏଥର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଭୋଟର ଯୋଡ଼ି ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୪୫ ହଜାର ୩୯୮ ଜଣ ନୂଆ ଭୋଟର ଥିବାବେଳେ କଟକରେ ୪୪ ହଜାର ୭୩୨, ବଲାଙ୍ଗିରରେ ୪୧ ହଜାର ୫୧୩, ଗଞ୍ଜାମ ଜିଲ୍ଲାରେ ୩୯ ହଜାର ୨୯୭ ଜଣ ନୂଆ ଭୋଟର୍ ଯୋଡ଼ି ହୋଇଛନ୍ତି।

ଏହାସହ ବାଲେଶ୍ୱର ଜିଲ୍ଲାରେ ୩୧ ହଜାର ୬ ଜଣ ଓ ବରଗଡ଼ ଜିଲ୍ଲାରେ ୨୩ ହଜାର ୬୮୨ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ତେବେ ବୌଦ୍ଧରେ ସବୁଠୁ କମ୍ ନୂଆ ଭୋଟର ସାମିଲ ହୋଇଛନ୍ତି। ଜିଲ୍ଲାରୁ ମାତ୍ର ୪ ହଜାର ୬୧୦ ନୂଆ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି।

ଅନ୍ୟପଟେ ସଂଶୋଧିତ ଭୋଟର ତାଲିକାରୁ ୧ ଲକ୍ଷ ୮୭ ହଜାର ୪୦୫ ଜଣ ବ୍ୟକ୍ତି ବାଦ୍ ପଡ଼ିଛନ୍ତି। ଏବେ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରି ୫ ତାରିଖରେ ପ୍ରକାଶ ପାଇବ। 

Tags: #Elections #VoterList #NewVoters #ElectionCommission #Odisha

Comment