ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ୪ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ମିଜୋରାମର ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି।

ଆସନ୍ତା ଡିସେମ୍ବର ୪ ତାରିଖରେ ମିଜୋରାମରେ ଭୋଟ ଗଣତି ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିଜୋରାମବାସୀଙ୍କ ଅନୁରୋଧ କ୍ରମେ ଏଠାରେ ଭୋଟ ଗଣତି ତାରିଖକୁ ପରିବର୍ତ୍ତନ କରାଯାଇଥିବା ନିର୍ବାଚନ ଆୟୋଗ କହିଛନ୍ତି।

Tags: #AssemblyElections #Results #Mizoram #VoteCounting #Politics #India

Comment