ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ମାସରେ ଉଦଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ଏହାର ଉଦଘାଟନ କରିବେ। ଏବେ ବିମାନବନ୍ଦରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର ଭିନୀଲକ୍ରୀଷ୍ଣା ସୂଚନା ଦେଇଛନ୍ତି।

ମାଲାକାନଗିରି ସହର ଉପକଣ୍ଠସ୍ଥିତ କୋଟଲିଗୁଡ଼ାରେ ଏହି ବିମାନବନ୍ଦରର ନିର୍ମାଣ କରାଯାଉଛି। ଏହାର ରନୱେ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ଖୁବ ଶୀଘ୍ର ଏଥିରେ ବିମାନର ଟ୍ରାଏଲ ରନ କରିବା ପାଇଁ ଯୋଜନା କରାଯାଇଛି।

ସେହିପରି ମାଲାକାନଗିରି ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂ ଓ ଯାତ୍ରୀ ବିଶ୍ରାମାଗାରର କାମ ସରିଛି। ଏଥିରେ କେବଳ ସିଲିଂ ଓ ଫ୍ଲୋରିଙ୍ଗର ଶେଷ କାମ ଚାଲିଛି। ତେବେ ରନୱେରୁ ଟର୍ମିନାଲ ବିଲ୍ଡିଂକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ଏବେ ଜାରି ରହିଛି।

ମାଲାକାନଗିରି ବିମାନବନ୍ଦର ୯୪.୫ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏହାର ରନୱେର ଲମ୍ବ ୧,୬୨୦ ମିଟର ହୋଇଥିବାବେଳେ ଓସାର ୩୦ ମିଟର ରହିଛି। ଭବିଷ୍ୟତରେ ରନୱେକୁ ୩,୦୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ମୋଟ ୩୩ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦରର ନିର୍ମାଣ କରାଯାଇଛି।

Tags: #MalkangiriAirport #AirServices #RegionalConnectivity #Odisha     

LEAVE A REPLY

Please enter your comment!
Please enter your name here