ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ଉଦଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ଚଳିତ ମାସରେ ଏହାକୁ କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତେବେ ଉଦଘାଟନ ହେବା ପୂର୍ବରୁ ବିମାନବନ୍ଦର ରନୱେରେ ସଫଳ ଟ୍ରାଏଲ୍ ରନ କରାଯାଇଛି।

ରବିବାର ଦିନ ମାଲକାନଗିରି ବିମାନବନ୍ଦର ରନୱେରେ ଏକ ଛୋଟ ବିମାନକୁ ପରୀକ୍ଷାମୂଳକ ଭାବେ ଅବତରଣ କରାଯାଇଥିଲା। ଏହି ଟ୍ରାଏଲ୍ ରନ ସମୟରେ ରନୱେର ମାନ ଓ ଅନ୍ୟାନ୍ୟ ପାରାମିଟରର ଯାଞ୍ଚ କରାଯାଇଥିଲା।  

ମାଲାକାନଗିରି ସହର ଉପକଣ୍ଠସ୍ଥିତ କୋଟଲିଗୁଡ଼ାରେ ଏହି ବିମାନବନ୍ଦରର ନିର୍ମାଣ କରାଯାଇଛି। ଏହାର ରନୱେ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ଟର୍ମିନାଲ ବିଲ୍ଡିଂ ଓ ଯାତ୍ରୀ ବିଶ୍ରାମାଗାରର କାମ ଶେଷ ପର୍ଯ୍ୟାୟରେ ରହିଛି।

ମାଲାକାନଗିରି ବିମାନବନ୍ଦର ୯୪.୫ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏହାର ରନୱେର ଲମ୍ବ ୧,୬୨୦ ମିଟର ହୋଇଥିବାବେଳେ ଓସାର ୩୦ ମିଟର ରହିଛି। ଭବିଷ୍ୟତରେ ରନୱେକୁ ୩,୦୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ମୋଟ ୩୩ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦରର ନିର୍ମାଣ କରାଯାଇଛି।

Tags: #MalkangiriAirport #AirServices #RegionalConnectivity #Odisha 

Comment